-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
11-Mar-2021
ନୂଆଦିଲ୍ଲୀ,(ପ୍ରେରଣା ଖବର ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀ ମାର୍ଚ୍ଚ ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ୨୬ ତାରିଖରେ ୪ ମାସ ପୂରା ହେଉଥିବାରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି।
ଦେଶବ୍ୟାପୀ ବିଭିନ୍ନ ରାଜ୍ୟର ଚାଷୀମାନେ ବନ୍ଦକୁ ସମର୍ଥନ କରିବେ ବୋଲି କୁହାଯାଇଛି। ଗତ ଡିସେମ୍ବର ମାସରୁ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶର ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ।
କେନ୍ଦ୍ର ସରକାର ଚାଷୀ ଦାବି ପୂରଣ କରୁନଥିବାରୁ ସେମାନେ କେତେବେଳେ ଟ୍ରାକ୍ଟର ରାଲି ତ କେତେବେଳେ ଚକାଜାମ୍ କରି ପ୍ରତିବାଦ ଜଣାଇଛନ୍ତି।