-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ଜିଲ୍ଲା

ଏପ୍ରିଲ ୧ ରେ ନୂଆଁ ଢ଼ଙ୍ଗରେ କଳା ଦିବସ ପାଳନ କରିବାକୁ କୋସଳ ରାଜ୍ୟ ସମନ୍ୱୟ ସମିତିର ନିଷ୍ପତ୍ତି

10-Mar-2021



ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ଏପ୍ରିଲ ୧ ତାରିଖରେ କଳାଦିବସ ପାଳନ କରାଯିବ । ଏହି ଦିନ କୋଶଳ ରାଜ୍ୟ ସମନ୍ୱୟ ସମିତି ଓ ତା ସହ  ସମ୍ବନ୍ଧିତ ସଂଗଠନ ମାନଙ୍କ ତରଫରୁ ବିଭିନ୍ନ ଜିଲ୍ଲା ସଦରମହକୁମା, ସବ୍‌ଡ଼ିଭିଜନ ଓ ବ୍ଲକ ସ୍ତରରେ କଳା ପତାକା ଉତ୍ତୋଳନ, ଗଣଧାରଣା, କଳାବେଜ୍ ପରିଧାନ, ଓଡ଼ିଶା ମାନଚିତ୍ରରୁ କୋଶଳକୁ ଅଲଗା କରିବା, ଆବଶ୍ୟକ ସ୍ଥଳେ ରାସ୍ତା ଅବରୋଧ ଓ କୁଶପୁତ୍ତଳିକା ଦାହ ଇତ୍ୟାଦି କାର୍ଯ୍ୟକ୍ରମ ମାନଙ୍କ ମାଧ୍ୟମରେ ପ୍ରତିବାଦ କରାଯିବା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କୋଭିଡ଼ କଟକଣା ଯୋଗୁଁ ଗଲାବର୍ଷ ଏପ୍ରିଲ ୧ ତାରିଖରେ ନିଆରା ଢ଼ଙ୍ଗରେ କଳାଦିବସ ପାଳନ କରାଯାଇଥିଲା । ପରିବର୍ତ୍ତିତ ପରିସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଅଧିକ ଜନାଭିମୁଖି ଢ଼ାଂଚାରେ କରାଯିବ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ କମିଟୀ ନିଷ୍ପତ୍ତି କରିଛି । ଏହି ଦିନ ବିଭିନ୍ନ ଜିଲ୍ଲା ପ୍ରତିଷ୍ଠା ଦିବସ ମଧ୍ୟ ପଡ଼ୁଥିବାରୁ ସେଭଳି ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ ଦିନକୁ ଆଘାତ ନ ପହଞ୍ଚାଇ ଏହି କଳା ଦିବସ ପାଳନ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି । କିନ୍ତୁ ଓଡ଼ିଶା ପ୍ରଦେଶ ଗଠନ ସମୟରେ ଓ ପରବର୍ତ୍ତୀ ସମୟରେ କୋଶଳାଞ୍ଚଳ ପ୍ରତି କରାଯାଇଥିବା ବିଶ୍ୱାସଘାତ ଓ ପ୍ରବଂଚନା ପ୍ରତି ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ଏବଂ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭାମାନ ମଧ୍ୟ କରିବାକୁ ସ୍ଥିର କରାଯାଇଛି । ନିଜ ଅଂଚଳ ଓ ନିଜର ଜନ୍ମମାଟି ପ୍ରତି ମମତା ରଖିଥିବା କୌଣସି ବ୍ୟକ୍ତି ବିଶେଷ ଏପ୍ରିଲ ୧ ତାରିଖରେ ସରକାରୀ ସ୍ତରରେ ପାଳିତ ହେଉଥିବା ଓଡ଼ିଶା ଦିବସରେ ସାମିଲ ନ ହେବାକୁ କୋଶଳାଞ୍ଚଳର ଜନସାଧାରଣଙ୍କୁ କୋଶଳ ରାଜ୍ୟ ସମନ୍ୱୟ ସମିତି ଆହ୍ୱାନ ଦେଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ଏହି ଦିନ ଏ ଅଂଚଳର ଜନ ସାଧାରଣଙ୍କ ସହମତି ନ ନେଇ ସମ୍ବଲପୁର ଓ କୋରାପୁଟ ଜିଲ୍ଲାକୁ ଜବରଦସ୍ତ ଓଡ଼ିଶା ମାନଚିତ୍ରରେ ସ୍ଥାନିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ ୧୯୪୮ ମସିହା ଜାନୁଆରୀ ୧ ତାରିଖରେ ଗଡ଼ଜାତ ମିଶ୍ରଣ ସମୟରେ କୋଶଳାଞ୍ଚଳର ବାକି ଗଡ଼ଜାତ ମାନଙ୍କୁ ଚକ୍ରାନ୍ତ କରି ଓଡ଼ିଶା ସହ ମିଶେଇ ଦିଆଯାଇଥିଲା । ସେହି ଦିନ ଠାରୁ କ୍ରମାଗତ ଭାବରେ କୋଶଳାଞ୍ଚଳକୁ ଉଗ୍ର ଆଞ୍ଚଳିକ ବୈଷମ୍ୟର ଶିକାର କରାଯାଇଛି । ଏ ଅଂଚଳର ସମସ୍ତ ଆର୍ଥିକ ଉସ୍‌ôକୁ ଲୁଣ୍ଠନ କରାଯାଇ ଉପକୂଳ ଓଡ଼ିଶାର ବିକାଶ ଦିଗରେ ତାକୁ ବିନିଯୋଗ କରାଯାଇଛି । ଏ ଅଂଚଳରେ ତକ୍‌ôାଳୀନ ସମୟରେ ପ୍ରତିଷ୍ଠିତ ବିଭିନ୍ନ ପ୍ରତିଷ୍ଠାନ ମାନଙ୍କୁ ଉପକୂଳ ଓଡ଼ିଶାକୁ ଉଠେଇ ନିଆଯିବା ସହ ବିଭିନ୍ନ ସମୟରେ କେନ୍ଦ୍ର ସରକାର ଘୋଷଣା କରିଥିବା ବିଭିନ୍ନ ପ୍ରତିଷ୍ଠାନ ମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରତିଷ୍ଠାନ କେବଳ ଉପକୂଳ ଓଡ଼ିଶାରେ ସ୍ଥାନିତ କରାଯାଇଛି । ଫଳତଃ ପ୍ରାକୃତିକ ସମ୍ପଦରେ ଭରପୁର କୋଶଳାଞ୍ଚଳ ଆଜି ଅନାହାର ମୃତ୍ୟୁ, ପିଲା ବିକ୍ରି, ଚାଷୀ ଆମ୍‌ôହତ୍ୟା, ଦାଦନ ଓ ବେକାରୀ ସମସ୍ୟା ଭଳି ଉଗ୍ର ଆର୍ଥିକ ସମସ୍ୟାର ଶିକାର ହୋଇଛି । ଏହି ସମସ୍ୟା ସବୁର ନିଦାନ କରିବା ପରିବର୍ତ୍ତେ ରାଜ୍ୟ ସରକାର ଏ ଅଂଚଳ ଉପରେ ଜବରଦସ୍ତିଆ ଭାବରେ ସବୁ ସ୍ତରରେ ରାଜ୍ୟ ସ୍ତରୀୟ ନିଯୁକ୍ତି ଯୋଜନା ଲାଗୁ କରି ଉଗ୍ର ବେକାରୀ ସମସ୍ୟା ସୃଷ୍ଟି କରିଛି । ଏହାଛଡ଼ା ବନ୍ଦେ ଉକ୍‌ôଳ ଜନନୀ ଭଳି ଉପକୂଳ ଓଡ଼ିଶା ସ୍ଥାନୀୟ ସଙ୍ଗୀତକୁ କୋଶଳାଞ୍ଚଳ ଉପରେ ଲଦି ଦେଇ ରାଜ୍ୟ ସରକାର କୋଶଳାଞ୍ଚଳର ସ୍ୱାଭିମାନ ଉପରେ କୁଠାରଘାତ କରିଛି । ତେଣୁ ଏପ୍ରିଲ ୧ କଳାଦିବସ ପାଳନ ନିଷ୍ପତ୍ତିକୁ ଜୋରସୋରରେ ପାଳିତ କରିବା ପାଇଁ କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ପୁରୋହିତ କୋଶଳାଞ୍ଚଳର ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like