-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||     

HOME   ରାଜ୍ୟ

ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’

07-Mar-2021



ସମ୍ବଲପୁର,(ସଂଜୀବ କୁମାର ଷଡଙ୍ଗୀ) : ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଗତ ମାସରେ ଏକାଥରକେ ୪୦ରୁ ଅଧିକ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି  ଘଟଣା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିଲା। ଘଟଣା ପରେ ଖୋଦ୍‌ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ ଉକ୍ତ କିଟ୍‌ଗୁଡ଼ିକୁ ତ୍ରୁଟିପୂର୍ଣ୍ଣ ରହିଥିବାରୁ ଭୁଲ ରିପୋର୍ଟ ବାହାରିଥିବା କହିଥିଲେ । ମାତ୍ର ଯେଉଁ ୨ଟି ବ୍ୟାଚ୍‌ର ଆଣ୍ଟିଜେନ୍‌ କିଟ୍‌ ତ୍ରୁଟିପୂର୍ଣ୍ଣ ଥିବା ନେଇ କୁହାଯାଇଥିଲା, ପ୍ରକୃତରେ ସେଗୁଡ଼ିକ ଠିକ୍‌ ଥିଲା ବୋଲି କିଟ୍‌ ଯୋଗାଣକାରୀ କମ୍ପାନି ନୂଆଦିଲ୍ଲୀର ଓସ୍‌କାର ମେଡିସିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦାବି କରିଛି ।

କମ୍ପାନିର ଡେମୋ ଟେଷ୍ଟ ରିପୋର୍ଟକୁ ଖୋଦ୍‌ ରାଜ୍ୟ ସରକାରଙ୍କ ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ୍‌) ଭିମ୍‌ସାର ଅଧୀକ୍ଷକଙ୍କୁ ପଠାଇବା ପରେ ଘଟଣା ପଦାକୁ ଆସିଛି । ଏହି ଘଟଣାରେ ରାଜ୍ୟ ସରକାରଙ୍କ ଔଷଧ ନିଗମ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଦେଇଥିବା ପ୍ରତିକ୍ରିୟାକୁ କାଉଣ୍ଟର କରିବା ସଦୃଶ ବୋଲି ମତପ୍ରକାଶ ପାଇଛି ।

ଗତ ମାସରେ ଭିସୁଟ୍‌ର ୪୦ରୁ ଅଧିକ ଛାତ୍ର ୩ ଦିନ ମଧ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଗତ ୨ ତାରିଖରେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କିଟ୍‌ ଭୁଲ ଥିବା ଦର୍ଶାଇଥିଲେ । ଆର୍‌ଟିପିସିଆର୍‌ ପରୀକ୍ଷା ରିପୋର୍ଟରୁ ଉକ୍ତ ଘଟଣା ଜଣାପଡ଼ିଥିବା ଶ୍ରୀ ମହାପାତ୍ର କହିଥିଲେ । ସେହିଦିନ ହିଁ ଭିମ୍‌ସାର କର୍ତ୍ତୃପକ୍ଷ ଚିଠି ସଂଖ୍ୟା ୨୭୯୧/ତାରିଖ ୨/୩/୨୦୨୧ରେ ରାଜ୍ୟ ସରକାରଙ୍କ ଔଷଧ ନିଗମକୁ ଚିଠି ଲେଖି ସିଏଜି ଡି୦୦୮ ଓ ଡି୦୧୪ ବ୍ୟାଚ୍‌ର କିଟ୍‌ ଭୁଲ ଥିବା କହିଥିଲେ । ତେଣୁ ଉକ୍ତ କିଟ୍‌ଗୁଡ଼ିକ ଫେରସ୍ତ ନେବା ପାଇଁ ମଧ୍ୟ କର୍ତ୍ତୃପକ୍ଷ ନିଗମକୁ ଚିଠିରେ ଲେଖିଥିଲେ । ଏହାର ଜବାବରେ ଶୁକ୍ରବାର ଅର୍ଥାତ୍‌ ୫ ତାରିଖରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ଭିମ୍‌ସାର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଆଇସିଏମ୍‌ଆର୍‌ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶାଖାରେ ପରୀକ୍ଷା ହୋଇଥିବା ଉକ୍ତ ବ୍ୟାଚ୍‌ଗୁଡ଼ିକର ଆଣ୍ଟିଜେନ୍‌ ଓ ଆର୍‌ଟିପିସିଆର୍‌ ରିପୋର୍ଟ ପ୍ରଦାନ କରିଛି । ଏହାସହିତ କିଟ୍‌ ଯୋଗାଣକାରୀ ସଂସ୍ଥା ମେସର୍ସ ଓସ୍କାର ମେଡିକେୟାର ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଭିମ୍‌ସାର କୋଭିଡ୍‌ ନୋଡାଲ ଅଧିକାରୀ ଡା. ସୁଦର୍ଶନ ପୋଥାଳଙ୍କ ଉପସ୍ଥିତିରେ ହୋଇଥିବା ଲାଇଭ୍‌ ଡେମୋର ଏକ ରିପୋର୍ଟ ମଧ୍ୟ ପ୍ରଦାନ କରିଛି ।

ଏହି ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ମୋଟ ୬୦ଜଣଙ୍କଠାରୁ ସ୍ୱାବ୍‌ ନମୁନା ସଂଗ୍ରହ କରାଯିବା ପରେ ଭୁବନେଶ୍ୱରସ୍ଥିତ ଆର୍‌ସିଏମ୍‌ଆର୍‌ଠାରେ ଗତ ୪ ଓ ୫ ତାରିଖରେ ଏଗୁଡ଼ିକର ପରୀକ୍ଷା କରାଯାଇଥିଲା। ଯେଉଁଥିରେ ଓସ୍କାର୍‌ କମ୍ପାନିର ୪୫ଟି ଓ ଅଲ୍‌ପାଇନ୍‌ କମ୍ପାନିର ୧୫ଟି କିଟ୍‌ ବ୍ୟବହାର ହୋଇଥିଲା । ଉଭୟ କମ୍ପାନିର କିଟ୍‌ରେ ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ୍‌ ରହିଥିବା ବେଳେ ରୋଚେ କୋବାସ୍‌ ୬୮୦୦ରେ ନେଗେଟିଭ୍‌ ଓ ଆର୍‌ଟିପିସିଆର୍‌ରେ ମଧ୍ୟ ନେଗେଟିଭ୍‌ ରହିଥିବା ଦର୍ଶାଯାଇଛି । ତେଣୁ ଭିମ୍‌ସାର କୋଭିଡ୍‌ ଲ୍ୟାବ୍‌ରେ ଯେଉଁ ୨ଟି ବ୍ୟାଚ୍‌ର କିଟ୍‌ ତ୍ରୁଟିପୂର୍ଣ୍ଣ ରହିଥିବା ନେଇ କୁହାଯାଇଥିଲା ସେଗୁଡ଼ିକ ପ୍ରକୃତରେ ତ୍ରୁଟିପୂର୍ଣ୍ଣ ନଥିବା ରିପୋର୍ଟରେ କୁହାଯାଇଛି । କେବଳ ଏତିକି ନୁହେଁ ବରଂ ପରୀକ୍ଷା ସମୟରେ ଏହି କିଟ୍‌ଗୁଡ଼ିକରେ କୌଣସି ଭୁଲ ରଙ୍ଗ ମଧ୍ୟ ଆସିନଥିବା ରିପୋର୍ଟରେ କୁହାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   01-Oct-2026
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026

You Might Also Like