-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
15-Oct-2020
ବଲାଙ୍ଗିର,15/10- ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ତଥା ସମାଜସେବୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ପରଲୋକ ହୋଇଯାଇଛି ।ଜଣେ ଛାତ୍ର ବତ୍ସଳ
ଶିକ୍ଷକ ଓ ଦରଦୀ ମଣିଷ ଭାବରେ ସେ ବେଶ ଜଣାଶୁଣା ଥିଲେ।ମୃତ୍ୟୁ ବେଳକୁ ତାଙ୍କ ଚାରିପୁଅ ଗୋପାଳ ଚନ୍ଦ୍ର , ପ୍ରଶାନ୍ତ ସୁଶାନ୍ତ ଓ ବବଲୁ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ଜ୍ୟେଷ୍ଠ ପୁତ୍ର ଗୋପାଳ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ କୃଷ୍ଣ ଚନ୍ଦ୍ର ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପଲ୍ଲୀଆଲୋକ ପାଠାଗାର ର ସଂପାଦକ ପ୍ରଶାନ୍ତ ନାୟକଙ୍କ ପିତା । ଏହି ଦୁଃଖଦ ଘଟଣା ଅଂଚଳରେ ଶୋକର ଛାୟା ଖେଳାଇଦେଇଛି।