-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ସାନଖେମୁଣ୍ଡି (ପ୍ରେରଣା ଖବର) : ଅବକାରୀ ଆଇନ ସୁଧାର ପ୍ରସ୍ତାବ ବିଧାନସଭାରେ ଉଠିଥିବା ବେଳେ ବୁଧବାର ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନଙ୍କ ବେଆଇନ ମଦ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇଛି । ପାଟପୁର ଥାନାରୁ ମାତ୍ର ୧ କି.ମି. ଦୂର ପଳାସପୁରଠାରେ ବହୁତ ଦିନ ଧରି ଚାଲିଥିବା ବେଆଇନ ବିଦେଶୀ ମଦ ଦୋକାନରେ ଚଢ଼ାଉ କରି ମଦ ଜବତ କରାଯିବ ପରେ ତାହାକୁ ନଷ୍ଟ କରାଯାଇଛି ।
ଚଢ଼ାଉ ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ, ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା, ପାଟପୁର ରାଜସ୍ବ ନିରୀକ୍ଷକ, ଦିଗପହଣ୍ଡି ଅବକାରୀ ଏସଆଇ ଅଭିରାମ ସାହୁ, ପାଟପୁର ଥାନା ଏଏସଅଇ ଅର୍ଜୁନ ଶବର, ଶିବରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଜବତ ମଦ ନଷ୍ଟ କରିଥିଲେ । ବିଦେଶୀ ମଦ ୩୬୫ ଲିଟର ୭୭୭ଟି ବୋତଲ ନଷ୍ଟ କରି ଭାଙ୍ଗି ଦିଆଯାଇଛି । ଖବର ଲେଖା ହେବା ବେଳକୁ ପାଟପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ କି କାହାକୁ ଗିରଫ କରାଯାଇନଥିବା ଜଣାପଡିଛି ।
ତେବେ ପ୍ରଶ୍ନ ଉଠୁଛି ବହୁ ଦିନ ଧରି ଚାଲିଥିବା ଏହି ବେଆଇନ ମଦ ଦୋକାନ ବିକ୍ରି ହେଉଥିବା ବେଳେ ପୋଲିସ ଅବକାରୀ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ? ପୂର୍ବରୁ ବେଆଇନ ମଦ ବିକ୍ରି ଖବର ନ ଥିଲା କି ? ଅନ୍ୟପଟେ ତହସିଲଦାର କହିଛନ୍ତି ଯେ, ସେହି ବ୍ୟକ୍ତି ଜଣଙ୍କ କେଉଁଠୁ ମଦ ଆଣି ବିକ୍ରି କରୁଥିଲେ ତାହାର ତଦନ୍ତ ପରେ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।