-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
02-Mar-2021
ବଲାଙ୍ଗିର (ପ୍ରେରଣା ଖବର) : ଆଜି କୋଭିଡ-19 ଟୀକାକରଣ ର ଦ୍ଵିତୀୟ ପର୍ଯ୍ୟାୟ ର ଦ୍ଵିତୀୟ ଦିନ l ଗତକାଳି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ମାନେ ଟୀକା ନେଇଥିଲେ l ଏହି କ୍ରମରେ ଆଜି ମାନ୍ୟବର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସପତ୍ନୀକ ସ୍ଥାନୀୟ ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ରେ କରୋନା ପ୍ରତିଷେଧକ ଟୀକା ନେଇଛନ୍ତି....
ଜିଲ୍ଲା ଚିକିତ୍ସା ଅଧିକାରୀ, ବିଶେଷଜ୍ଞ ଡାକ୍ତର ଓ ଷ୍ଟାଫ ନର୍ସ ଙ୍କ ଉପସ୍ଥିତି ରେ ଟୀକା ଗ୍ରହଣ ପରେ ସେ ଗଣମାଧ୍ୟମ ଜରିଆରେ ପ୍ରତିକ୍ରିୟା
ଦେଇ କରୋନା ମହାମାରୀ କୁ ନେଇ ସତର୍କ, ସଚେତନ ଓ ସାମାଜିକ ଦୂରତା ପାଳନ କରିବାକୁ ସାଧାରଣ ଜନତା ଙ୍କୁ ବାର୍ତା ଦେଇ ଥିଲେ