-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା)- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପଂଚାୟତର ଖୁଂଟୁଲାପାଲି ଗାଁରେ ଜଉଁରାଭଉଁରା ପ୍ରାଣୀ ବିକାଶ କେନ୍ଦ୍ର ଓ ପ୍ରାଣୀ ଚିକିତ୍ସା ବିଭାଗର ମିଳିତ ଆନୁକୁଲ୍ୟରେ ଗୋ ବନ୍ଧ୍ୟାକରଣ ଓ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବୀରବର ବେହେରା, ବରିଷ୍ଠ ପ୍ରକଲ୍ପ ଅଧିକାରୀ ସଚିନ ସିଂ, ଉଲୁଣ୍ଡା ପ୍ରାଣୀ ଚିକିତ୍ସା ଅଧିକାରୀ ସତ୍ୟ ନାରାୟଣ ସାହୁ, ପ୍ରାଣୀ ବିକାଶ କେନ୍ଦ୍ର ଅଧିକାରୀ ବିକାଶ ରଂଜନ ମିଶ୍ର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ହିମାଂଶୁ ମହାନ୍ତ ଯୋଗଦେଇ ବିଭିନ୍ନ ଗାଁରୁ ଆସିଥିବା ୬୨ଟି ଗୋରୁଙ୍କ ଚିକିତ୍ସା କରିବା ସହ େଓøଷଧ ବଂଟନ କରିଥିଲେ ।