-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଲସ୍ତଲା ପଂଚାୟତର ଢେରାପଡାରେ ପୁର୍ଣ୍ଣାହୁତୀ ସହ ଅଷ୍ଟପ୍ରହରୀ ବୈଠକୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ ମାଘବ୍ରତୀ ମହିଲା ମଣ୍ଡଲୀ ଦ୍ୱାରା ଆୟୋଜିତ ପ୍ରଥମ ଦିନରେ କଳଶ ଯାତ୍ରା ସହ ଅଧିବାସ ପୂଜା କରାଯାଇଥିଲା । ଶୁକ୍ରବାର ସକାଲୁ ବୈଠକୀ ଅଷ୍ଟ ପ୍ରହରୀ ନାମଯଜ୍ଞ ଆରମ୍ଭ କରାଯାଇ ଶନିବାର ବିଶ୍ୱମଙ୍ଗଲ କାମନା ପୁର୍ବକ ପୁର୍ଣ୍ଣାହୁତୀ କରାଯାଇ ନଗର କିର୍ତନ ତଥା ଦହି ହାଣ୍ଡି ଭଂଜନ କରାଯାଇଥିଲା । ରଂଜନ ମହାପାତ୍ର ପୂଜାର୍ଚନା କରିଥିବା ବେଳେ ପରମେଶ୍ୱର ମେହେର ସପତ୍ନୀକ କର୍ତା ଦାଇତ୍ୱ ତୁଲାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୈଥଲୀ ପାଣିଗ୍ରାହୀ, ଭୂମିସୁତା ମେହେର, ସନ୍ତୋଷିନୀ ନାଏକ, ଅମୁଲ୍ୟ ନାଏକ, ସେବତୀ ପଧାନ, ନରସିଂହ ନାଏକ, ସୁରେନ ଭୋଇ, ଜଗ ମେହେର, ମକରଧ୍ୱଜ ମେହେର ପ୍ରମୁଖ ସହଯୋଗ କରିଥିଲେ ।