-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ଭଞ୍ଜନଗର (ପ୍ରେରଣା ଖବର): ଦିନ ଥିଲା ଗଞ୍ଜାମ- କନ୍ଧମାଳ ସୀମାବର୍ତ୍ତୀ ଗସମା ଅଞ୍ଚଳ ମାଓ କାର୍ଯ୍ୟକଳାପ ପାଇଁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିଲା। ମାଓ ଭୟରେ ଆଜି ମଧ୍ୟ ଗସମାର ବିକାଶ ହୋଇପାରୁନାହିଁ। ଗଞ୍ଜାମ କନ୍ଧମାଳ ସୀମାବର୍ତ୍ତୀ ଅଞ୍ଚଳ ଗସମା ଗ୍ରାମଟି କନ୍ଧମାଳ ଜିଲ୍ଲାରେ ରହିଥିଲେ ମଧ୍ୟ ସମସ୍ତ କାଯ୍ୟକଳାପ ଗଞ୍ଜାମରେ ହିଁ ହୋଇଥାଏ ।ଗସମା ଗ୍ରାମରେ ନା ଅଛି ରାସ୍ତା, ନା ମିଳୁଛି ପାନୀୟ ଜଳ। ଖୁଣ୍ଟି ଅଛି କିନ୍ତୁ ବିଦ୍ୟୁତ୍ ସଂଯୋଗ ହୋଇ ନାହିଁ। ଏପରିକି ସ୍କୁଲ ଓ ଅଙ୍ଗନୱାଡି ମଧ୍ୟ ନାହିଁ। ଏପରି ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଗସମାବାସୀ। ଫଳରେ ନାନା ଅସୁବିଧା ମଧ୍ୟରେ ଦିନ କାଟୁଛନ୍ତି। ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ଚାହାଳୀକୁ ଯିବାକୁ ହେଲେ ଜଙ୍ଗଲ ରାସ୍ତାରେ ଘାଟି ଚଢି ଚାଲି ଚାଲି ଯିବାକୁ ପଡୁଛି।
ଏପରିକି ଗ୍ରାମବାସୀ ରାସନ କାର୍ଡରେ ଚାଉଳ ଆଣିବାକୁ ବହୁ କଷ୍ଟ କରିବାକୁ ପଡୁଛି। କେବଳ ଏତିକିରେ ଦୁଃଖ ସରି ନାହିଁ। ଲୋକଙ୍କୁ ସର୍ବନିମ୍ନ ସ୍ଵାସ୍ଥ୍ୟ ସେବା ମଧ୍ୟ ମିଳି ପାରୁନି। ପ୍ରସବ ପାଇଁ କଷ୍ଟେ ମଷ୍ଟେ ଗଞ୍ଜାମ ଜିଲ୍ଲା, ଗାଲେରୀ ମେଡିକେଲ ଆସିଥାନ୍ତି। ସେପଟେ ଉଜ୍ଜ୍ଵଳା ଯୋଜନାରେ ଥରେ ମାତ୍ର ଗ୍ୟାସ୍ ମିଳିଛି। ବାକି କାଠରେ ହିଁ ରୋଷେଇ ଚାଲିଛି। ଏପରି ଅନେକ ଅସୁବିଧାକୁ ପ୍ରତିଦିନ ଭୋଗୁଛନ୍ତି ଗସମାବାସୀ। ଦୁଇ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଏହି ଗାଁଟି ଥିବାରୁ ପ୍ରଶାସନିକ ଅବହେଳାରୁ ଶିକାର ହୋଇଛି। ଅନ୍ୟପକ୍ଷେ ମାଓବାଦୀଙ୍କ ଭୟରେ ଅଞ୍ଚଳର ବିକାଶ ହୋଇପାରୁନଥିବା କୁହାଯାଉଛି। ପିଇବା ପାଇଁ ନଳକୂପ ଥିଲେ ମଧ୍ୟ ପାଣି ଯଥେଷ୍ଟ ନ ହେବାରୁ ଲୋକଙ୍କୁ ନାଳ ପାଣି ଉପରେ ନିର୍ଭର କରିବାକୁ ପଡୁଛି। ଲୋକଙ୍କ ମୁଖ୍ୟ ଜୀବିକା କୃଷି ହୋଇଥିବାରୁ ଜଳସେଚନ ପାଇଁ ମଧ୍ୟ ସରକାରଙ୍କୁ ଗୁହାରି କରିଛନ୍ତି।
ସୂଚନାଯୋଗ୍ୟ ୨୦୦୮ ଫେବୃଆରୀ ୧୬ ତାରିଖରେ ଅର୍ଥାତ ଆଜକୁ ୧୩ ବର୍ଷ ତଳେ ଏହି ଗସମା ଗ୍ରାମ ନିକଟ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଏସଓଜିର ଆସିଷ୍ଟାଣ୍ଡ କମାଣ୍ଡେଣ୍ଡ ପ୍ରମୋଦ ଶତପଥୀଙ୍କ ସହିତ ଦୁଇ ଜଣ ପୋଲିସ କର୍ମଚାରୀ ଚାରି ପ୍ରାଣ ହରାଇଥିଲେ। ସେହି ଦିନଠାରୁ ଏହି ଅଞ୍ଚଳ ଉପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁନାହୁଁ। ତେଣୁ ବିକାଶ ହୋଇପାରୁନଥିବା ଲୋକେ କହନ୍ତି l ଅନ୍ୟ ପଟେ ସରପଞ୍ଚ ଘାଟି ତଳର ବିକାଶ ପାଇଁ ଚେଷ୍ଟା କରୁଥିବା କହିଛନ୍ତି। ଘାଟି ତଳର ୮ ଓ୍ଵାର୍ଡକୁ ନେଇ ଆଉ ଏକ ପଞ୍ଚାୟତ ଗଠନ ପାଇଁ ଚେଷ୍ଟା କରୁଥିବା କହିଛନ୍ତି l