-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||     

HOME   ଜିଲ୍ଲା

କରୋନା ଖର୍ଚ୍ଚ ସାର୍ବଜନୀନ ହେବ: ସ୍ବାସ୍ଥ୍ୟମନ୍ତ୍ରୀ

01-Mar-2021



ସମ୍ବଲପୁର(ପ୍ରେରଣା ଖବର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ହିସାବ ଜାଣିବା ସମସ୍ତଙ୍କ ଅଧିକାର। କରୋନା ପରିଚାଳନାଜନିତ ଖର୍ଚ୍ଚ ସାର୍ବଜନିକ କରାଯିବ। ଟିକିନିକି ହିସାବ ପବ୍ଲିକ ଡୋମେନ୍‌ରେ ସ୍ଥାନିତ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ରବିବାର ଜିଲ୍ଲା ସ୍କୁଲ ପ୍ରେକ୍ଷାଳୟରେ ସାମାଜିକ ଅନୁଷ୍ଠାନ ‘ପ୍ରୋଗ୍ରେସିଭ୍ ସମ୍ବଲପୁର’ ପକ୍ଷରୁ ଅନୁଷ୍ଠିତ କରୋନା ଯୋଦ୍ଧା ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଲେ, ଡାକ୍ତରମାନଙ୍କୁ ଆମେ ‘ଦ୍ବିତୀୟ ଭଗବାନ’ ବୋଲି କହିଥାଉ। କରୋନା ସମୟରେ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଂଗନୱାଡି କର୍ମୀମାନେ ଯେଉଁ ଭୂମିକା ନିର୍ବାହ କଲେ ସେମାନଙ୍କୁ ‘ତୃତୀୟ ଭଗବାନ’ କହିଲେ ଅତ୍ୟୁକ୍ତି ହେବ ନାହିଁ। ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ଏବଂ ନବୀନ ବାବୁଙ୍କ ଶ୍ରେଷ୍ଠ ନେତୃ୍ତ୍ବ ଯୋଗୁଁ ଓଡ଼ିଶାରେ ସଫଳତାର ସହିତ କରୋନା ମୁକାବିଲା ହୋଇପାରିଛି। ତେବେ, ଜନସାଧାରଣଙ୍କଠାରୁ ଆରମ୍ଭ କରି ସବୁବର୍ଗର ଲୋକଙ୍କ ସହଯୋଗ ରହିଛି। ଏମିତି ସ‌ହଯୋଗ ଜାରି ରହିଲେ ଓଡ଼ିଶା ଆଗାମୀ ଦିନରେ ଆହୁରି ପ୍ରଗତି ପଥରେ ଆଗେଇବ ବୋଲି ଶ୍ରୀ ଦାସ ଆଶାବ୍ୟକ୍ତ କରିଥିଲେ।ରାଜ୍ୟରେ ସ୍ବାସ୍ଥ୍ୟସେବାର ଉନ୍ନତି ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଗତ ୫୦ ବର୍ଷ ମଧ୍ୟରେ ଓଡ଼ିଶାରେ ମାତ୍ର ୩ଟି ମେଡିକାଲ କଲେଜ ରହିଥିଲା। ନବୀନ ବାବୁଙ୍କ ଅମଳରେ ଏହି ସଂଖ୍ୟା ୮ରେ ପହଂଚିଲାଣି। ରାଜ୍ୟରେ ଶୀଘ୍ର ଆହୁରି ୭ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଝାରସୁଗୁଡ଼ାରେ ପିପିପି ମୋଡ୍‌ରେ ହୃଦ୍‌ରୋଗର ଚିକିତ୍ସା ପାଇଁ ଏକ ବଡ଼ ହସ୍ପିଟାଲ ସ୍ଥାପିତ ହେବାକୁ ଯାଉଛି।‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ ତାଙ୍କ ବକ୍ତବ୍ୟରେ କହିଲେ, କରୋନା କାଳରେ ଭାରତରେ ସଂଘୀୟ ବ୍ୟବସ୍ଥା କେତେ ଶୃଙ୍ଖଳିତ ଭାବେ ଚାଲିଛି, ତାହା ପ୍ରମାଣିତ ହୋଇଯାଇଛି। କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ ଅନେକ ରାଜ୍ୟରେ ଅନ୍ୟ ଦଳ‌ର ସରକାର ଥିବା ସତ୍ତ୍ବେ କରୋନା ଲଢ଼େଇରେ ସମସ୍ତେ ଏକାଠି ହୋଇଥିଲେ। କେନ୍ଦ୍ର ସରକାରଙ୍କ ସବୁ ନୀତି ଓ ନିର୍ଦ୍ଦେଶକୁ ରାଜ୍ୟଗୁଡ଼ିକ ପାଳନ କରିଥିଲେ। କେନ୍ଦ୍ର ହେଉକି ରାଜ୍ୟ ସରକାର, ତାଳି ବଜାଇବା ହେଉକି ‘ବନ୍ଦେ ଉତ୍କଳ ଜନନୀ’ ଗାନ ଯେତେବେଳେ ଯାହା ପରାମର୍ଶ/ଆହ୍ବାନ ଦିଆଗଲା ଜନସାଧାରଣ ପୂର୍ଣ୍ଣପ୍ରାଣରେ ସମର୍ଥନ କରିଥିଲେ। ଏବେ ‌ରାଜ୍ୟ ଏବଂ କେନ୍ଦ୍ର ସରକାର ଜନସାଧାରଣଙ୍କୁ କରୋନା ପରିଚାଳନାରେ ହୋଇଥିବା ଖର୍ଚ୍ଚର ହିସାବ ଦେବାର ବେଳ ଆସିଛି। ପଞ୍ଚାୟତ ସ୍ତରୀୟ ଟିଏମ୍‌ସିଗୁଡ଼ିକ‌ରେ ହୋଇଥିବା ଖର୍ଚ୍ଚର ବି ହିସାବ ମାଗିବା ଉଚିତ ବୋଲି ଶ୍ରୀ ଦାସ କହିଥିବା ବେଳେ ଏହାର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ଖର୍ଚ୍ଚର ହିସାବ ସାର୍ବଜନିକ କରାଯିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ମୁଖ୍ୟବକ୍ତା ଶ୍ରୀ ଦାସ ଆହୁରି କହି‌ଲେ, ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଯୋଗୁଁ ଓଡ଼ିଶାରେ କ‌ୋଭିଡ୍ ପରିଚାଳନାରେ ସଫଳତା ମିଳିଥିଲା। କରୋନା କାଳରେ ଲୋକଙ୍କ ମଧ୍ୟରେ ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇଥିଲା। ଏହା ସତ୍ତ୍ବେ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ଆଟେଣ୍ଡାଣ୍ଟ ପର୍ଯ୍ୟନ୍ତ ସମସ୍ତେ ନିଜ ଜୀବନକୁ ବାଜି ଲଗାଇ କାମ କରିବାରୁ ବହୁଲୋକଙ୍କ ଜୀବନ ବଞ୍ଚିଗଲା। ସେମାନଙ୍କର ଯେତେ ପ୍ରଶଂସା କଲେ ବି କମ୍ ହେବ। ଏବେ ରାଜ୍ୟ ସରକାର ସେମାନଙ୍କୁ ଉତ୍ସାହିତ କରିବାର ସମୟ ଆସିଛି। ତେବେ‌, ସେହି ସମୟରେ ଯେମିତି ଲୋକମାନଙ୍କୁ ସେବା ଯୋଗାଇଥିଲେ ତାହା ଜାରି ରଖିଲେ ଓଡ଼ିଶାବାସୀ ବହୁତ ଉପକୃତ ହେବା ସହିତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ସୁଧାର ଆସିପାରନ୍ତା ବୋଲି ମୁଖ୍ୟବକ୍ତା ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ପୂ୍ର୍ତ୍ତ ବିଭାଗର ପୂର୍ବତନ ସଚିବ ନଳିନୀକାନ୍ତ ପ୍ରଧାନ କହିଲେ, ଯେତେବେଳେ କ‌ରୋନା ସଂକ୍ରମିତ ହେବାର ଭୟ ରହିଥିଲା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଂଗନୱାଡ଼ି କର୍ମୀମାନେ ଏହାକୁ ଖାତିର ନକରି ନିଜ କର୍ତ୍ତବ୍ୟ ସଂପାଦନ କରିଥିଲେ। ସେମାନଙ୍କ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ପାଇଯାଇଛି। ନବୀନ ବାବୁଙ୍କ ଅମଳରେ ସମ୍ବଲପୁର ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିଛି। ଆଗକୁ ବି ଅନେକ କିଛି କରିବାର ଯୋଜନା ରହିଛି। ସମସ୍ତେ ମିଶି ସମ୍ବଲପୁରକୁ ପ୍ରଗତି ପଥରେ ଆଗେଇ ନେବା ବୋଲି ଶ୍ରୀ ପ୍ରଧାନ କହିଥିଲେ। ଆୟୋଜକ ‘ପ୍ରୋଗ୍ରେସିଭ୍ ସମ୍ବଲପୁର’ର ଆବାହକ ସଂଜିତ ମହାନ୍ତି କହିଲେ, କରୋନା ମୁକାବିଲାରେ ଯେଉଁମାନେ ନିସ୍ବାର୍ଥପର ଭାବରେ କାମ କରିଛନ୍ତି, ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମାଜ ପାଇଁ ସେମାନଙ୍କ ଅବଦାନ କଦାପି ଭୁଲି ହେବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସଂଗଠନର ପରାମର୍ଶଦାତା ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ବିଶେଷଜ୍ଞ ଡାକ୍ତର ବ୍ୟାସଦେବ ହୋତା, ଡାକ୍ତର ମନୋଜ ନନ୍ଦ, ଡାକ୍ତର ସଂଜୀବ ମିଶ୍ର, ବୁର୍ଲା ରକ୍ତଭଣ୍ଡାର ଟେକ୍ନିସିଆନ ଦେବାଶିଷ ମିଶ୍ରଙ୍କ ସହିତ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଂଗନୱାଡି କର୍ମୀଙ୍କ ସହିତ କରୋନା ସମୟରେ ଭଲ କାମ କରିଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରକାଶ ଡାଂଗ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମିଳନ ହୋତା ଅତିଥି ପରିଚୟ ଏବଂ ସୁମିତ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ହିତିଶା ସ୍ବାଇଁ, ହର୍ଷିତା ସ୍ବାଇଁ ଏବଂ ଅଭିଶେକ୍ ସମ୍ବର୍ଦ୍ଧନା ସମାରୋହ ପରିଚାଳନା କରିଥିଲେ। ଲକ୍ଷ୍ମୀ ମହାପାତ୍ର, ପ୍ରବୀଣ ବେହେରା, ଦେବଜ୍ୟୋତି ପଟ୍ଟନାୟକ, ସନ୍ଦୀପ ମିଶ୍ର, ଆକାଶ ଦେବତା, ସରୋଜ ଧଳ, ଆଶିଷ ପତି, ମାନସ ପ୍ରଧାନ, ଚିତ୍ତ ରାଉଳ, ଚୁମନ ପ୍ରଧାନ, ସରୋଜିନୀ ସ୍ବାଇଁ ଓ ଅନୁଜ ଜେନା ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026
  ଜିଲ୍ଲା  
ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Oct-2026

You Might Also Like