-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
15-Oct-2020
ବରଗଡ, ବରଗଡ ରେ ବଢି ଚାଲିଛି ବାଲି ମାଫିଆଙ୍କ ରାଜ ,ବେ ଆଇନ ଭାବେ ମେସିନ ସାହାର୍ଯ୍ୟ ରେ ଖୋଳି ବୋହିନେଉଛନ୍ତି ଟ୍ରିପ ଟ୍ରିପ ବାଲି ,ଜିଲା ପ୍ରସାସନ ର ମିଲି ଭଗତ ରେ ମଧୁଚନ୍ଦ୍ରିକା ସ୍ଥାପନ କରି ଚଢା ଦାମ ରେ ଡ଼ମ୍ଫର ସାହାର୍ଯ୍ୟ ରେ ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି ହଜାର ହଜାର ଟ୍ରିପ ।ସଧାରଣ ଜିଲା ବାସିଙ୍କୁ ବାଲି କିଣିବାକୁ ଦେବାକୁ ପଡୁଛି ଚଢା ଦର ।ଏଥିରୁ ମୋଟା ଅଙ୍କ ଆଦାୟ ହଉଥିବାରୁ ବାବୁ ମହଲରେ ପୁରା ଖାମୋସ ।ଅନ୍ୟ ପକ୍ଷରେ ଟେଣ୍ଡର ପ୍ରକ୍ରିୟା ସରିଛି ଟେଣ୍ଡର ପାଇଥିବା ବ୍ୟକ୍ତି ସିକ୍ୟୁରିଟି ରାଶି ମଧ୍ୟ ଜମା କରିଛନ୍ତି ହେଲେ ସେମାନଙ୍କୁ ବାଲି ଉଠାଣ ପାଇଁ ଅନୁମତି ଦେଉନାହିଁ ଜିଲାପ୍ରସାସନ ଯାହାକୁ ନେଇ ସହର ବାସୀ ଅଧିକ ଦରରେ ଚୋରାବେପାରୀଙ୍କ ଠାରୁ ବାଲିକିଣିବାକୁ ବାଧ୍ୟ ହେଉଛନ୍ତି । ଖାଲି ସେତିକି ନୁହଁ କିଛି ବାଲି ବ୍ୟବସାୟ କରୁଥିବା ଟ୍ରାକ୍ଟର ମାଲିକ ଏବେ ହାତ ବାନ୍ଧି ବସିଛନ୍ତି ।ବାଲି ପରିବହନ ନ ହେବାରୁ ବ୍ୟାଙ୍କରୁ ଋଣ ନେଇଥିବା ଟ୍ରାକ୍ଟର ର ଋଣ କିପରି ପରିଶୋଧ କରିବେ ତାକୁ ଚିନ୍ତାରେ ।ଯାହାକୁ ନେଇ ଆଜି ଭାରତୀୟ ଜନତା ପାର୍ଟି ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛି ।ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି ।