-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ପାଟଣାଗଡ଼ ( ଗୋରେଖନାଥ ବରିହା): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏକ ଜନବହୁଳ ସହର ଥିବା ବେଳେ ସହରର କେତେକ ସ୍ଥାନରେ ଅଲିଆ ଆବର୍ଜନା ଯୋଗୁଁ ସହର ଶୋଭା ନଷ୍ଟ ହେଉଛି । ଏନେଇ ଅପରିଷ୍କାର ଓ ଆବର୍ଜନା ସଫା କରିବାକୁ ସହର ଦୈନିକ ଭାବରେ ସଫେଇ କାର୍ଯ୍ୟ ନିଯୁକ୍ତ ଥିବା ସଫେଇ କର୍ମଚାରୀ ତାଙ୍କର ଦୈନିକ କର୍ତ୍ତବ୍ୟ ସମ୍ପାଦନ କରି କିଛି ସମୟ ବାହାର କରି ସହରରେ ଥିବା ବ୍ଳକ ଛକର ତ୍ରିକୋଣ ଛକ ପାର୍ଶ୍ଵରେ ଥିବା ଆର୍ବଜନା ସ୍ଥାନକୁ ସାଫ କରିଥିଲେ l ଆଜି ପାଟଣାଗଡ଼ ସହର ସଫେଇ କର୍ମଚାରୀ ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ବରେ ସଫେଇ କର୍ମଚାରୀ ମାନେ କିଛି ସମୟ ବାହାର କରି ତ୍ରିକୋଣ ଛକ ପାର୍ଶ୍ଵ ରେ ଥିବା ସ୍ଥାନଟି କୁ ସଫାସୁତୁରା କରିଥିଲେ । ଉକ୍ତ ସ୍ଥାନରେ ଏକ ଗାର୍ଡେନ ତିଆରି କରାଯାଇ ପାରିବ ଓ ଏ ଦିଗରେ ପ୍ରଶାସନ ଦୃଷ୍ଟି ନ ଦେଲେ ନିଜ ଉଦ୍ୟମରେ ଗାର୍ଡେନ ତିଆରି କରିବାକୁ ମତବ୍ୟକ୍ତ କରିଥିଲେ l ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟା ଓ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବିଳମ୍ବ ହେଉଥିବା ତଥା ଅର୍ଥ ମଞ୍ଜୁର ହୋଇ ପଡିରହିଥିବା ହେତୁ ସହରରେ ବିଭିନ୍ନ ସମସ୍ୟା ଲାଗିରହିଛି ବୋଲି ସେଫେଇ କର୍ମଚାରୀ ସଂଘ ର ସଭାପତି ଶ୍ରୀ କୁମ୍ଭାର ମତବ୍ୟକ୍ତ କରିଛନ୍ତି । ସହର ରେ ଲାଗି ରହିଥିବା ବିବିଧ ସମସ୍ୟାର ସମାଧାନ ଦାବି ନେଇ ଆଗାମୀ ଦିନରେ ସଫେଇ କର୍ମଚାରୀ ମାନେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣ ଦେବାକୁ ଚେତାବନୀ ଦେଇଛନ୍ତି । ସହରର ସୌନ୍ଦର୍ଯ୍ୟକରଣ ଦିଗରେ ସଫେଇ କର୍ମଚାରୀ ମାନଙ୍କ ଏପରି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ।