-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
27-Feb-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର): ଜିଲ୍ଲା ପରିଷଦ ଅଫିସ ତଥା ଜିଲ୍ଲା ଏସଏଚଜି ଦୋକାନ ଘର ପାଖରେ ଆଜି ସକାଳେ ଏକ ଅସ୍ଥାୟୀ କ୍ଷୁଦ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି l ମାର୍ଚ 5 ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ ବଲାଙ୍ଗୀର ପି ଡି ଡି ଆର୍ ଡି ଏ ଡଃ ମହେଶ୍ଵର ସ୍ଵାଇଁ ଆଜି ଉଦଘାଟନ କରିଛନ୍ତି l ଏହି କାର୍ଯକ୍ରମରେ ଶ୍ରୀ କମଲେନ୍ଦୁ ପଲ, ଯୁଗ୍ମ କାର୍ଯ ନିର୍ବାହୀ ଅଧିକାରୀ, ଓରମାସ ତଥା ଜିଲ୍ଳା ପ୍ରକଳ୍ପ ସଂଯୋଜକ ଓଡିଶା ଜୀବିକ ମିଶନ, ଜୟ ବର୍ଦ୍ଧନ ପାଣିଗ୍ରାହୀ, ଡିଆଇପିଆରଓ, ମିଶନ ଶକ୍ତି କାର୍ଯକର୍ତା, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ ଜିଲ୍ଳା ର ଅନ୍ଯାନ୍ଯ ପଧାଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀରେ ସମୁଦାୟ ୯ ଟି ଷ୍ଟଲ କରାଯାଇଛି ଓ ୧୧ ଟି ସ୍ଵୟଂ ସହାୟକ ଦଳ ଅଂଶଗ୍ରହଣ କରିଛନ୍ତି। ଉକ୍ତ କ୍ଷୁଦ୍ର ପ୍ରଦର୍ଶନୀ ର ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ସ୍ଵୟଂ ସହାୟକ ଦଳ ଏବଂ କୁଶଳୀ କାରୀଗର ମାନଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତଶିଳ୍ପ, ସମ୍ବଲପୁରୀ ହାଣ୍ଡଲୁମ, ଟେରାକୋଟା, ଡାଲି, ମସଲା ଜାତୀୟ ଖାଦ୍ଯ ଓ ଅନ୍ଯାନ୍ଯ ସାମଗ୍ରୀ ସୁଲଭ ମୂଲ୍ଯରେ ଗୋଟିଏ ସ୍ଥାନରେ ସର୍ବସାଧାରଣ ପାଇପାରିବେ ବୋଲି ଆଯୋଜକ ସଂସ୍ଥା ପ୍ରକାଶ କରିଛନ୍ତି l