-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2021
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) :ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ପୁଣିଥରେ ଗିରଫ ହୋଇଛନ୍ତି। ୨୦୧୯ ମାର୍ଚ୍ଚ ମାସରେ ତତ୍କାଳୀନ ବି.ଡି.ଓ ସରୋଜ ମିଶ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ଅଭିଯୋଗରେ ସନ୍ତୋଷ ଗୁରାଣ୍ଡି ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ। ଏବେ ବ୍ଲକ୍ରେ ଆତଙ୍କରାଜ ଖେଳାଇବା ଅଭିଯୋଗରେ ପୁଇଁନ୍ତଲା ପୋଲିସ୍ ସନ୍ତୋଷଙ୍କୁ ଗିରଫ କରିଛି।
ବ୍ଲକର ସହକାରୀ ଯନ୍ତ୍ରୀ ନରେନ୍ଦ୍ର କୁମାର ନାଏକଙ୍କୁ ମାଡ ମାରିବା, ବ୍ଲକ କର୍ମଚାରୀଙ୍କୁ ଧମକ ଚମକ ଦେଉଥିବା ନେଇ ପୁଇଁନ୍ତଲା ବି.ଡି.ଓ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ନିଜେ ଯନ୍ତ୍ରୀ ମଧ୍ୟ ଏ ନେଇ ପୁଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍ ମାମଲା ରୁଜୁ କରି ବ୍ଲକ୍ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅନ୍ୟପକ୍ଷେ, ପୁଇଁନ୍ତଲା ବ୍ଲକ୍ରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବ୍ଲକ୍ ପରିସରରେ ଭୟର ବାତାବରଣ ଦେଖା ଦେଇଛି।