-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||     

HOME   ଜିଲ୍ଲା

କରୋନା କଟକଣା ବେଳେ କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କ ଶିକ୍ଷା ର ବିକାଶ ପାଇଁ ଶ୍ରେଷ୍ଠ ପ୍ରୟାସ

24-Feb-2021



ପାଟଣାଗଡ/ଖପ୍ରାଖୋଲ(ପ୍ରେରଣା ଖବର): ବିଶ୍ୱ କରୋନା କଟକଣା ସମୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିଟ କିସ ର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣ ର ପ୍ରତିଷ୍ଠାତା ,ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ, କଳିଙ୍ଗ ଇନସ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ )ର ଛାତ୍ରଛାତ୍ରୀ ମାନଙ୍କ ପାଇଁ  ଖର୍ଚ୍ଚବହୁଳ  କାର୍ଯ୍ୟକ୍ରମ ହାତକୁ ନେଇ  ସାରା ଭାରତବର୍ଷରେ ଉଦାହରଣ ସୃଷ୍ଟି କରିଛନ୍ତି l କରୋନା କଟକଣା ପରିସ୍ଥିତିରେ  କିସ ଛାତ୍ରଛାତ୍ରୀ ମାନଙ୍କୁ ନିରବିଛିନ୍ନ ଶିକ୍ଷାଦାନ ପାଇଁ କିସ ତରଫରୁ ଅନ ଲାଇନ ଲାଇଭ କ୍ଲାସ  ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି l ଏହା ସହିତ କିସ କିଟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ନିର୍ଧେଶ କ୍ରମେ କିସ ର ଶିକ୍ଷକ ମାନେ ପ୍ରତିମାସ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଅନୁଧ୍ୟାନ କରିବାକୁ ପ୍ରତି ବ୍ଲକ କୁ  ଆସୁଛନ୍ତି l କିସ କିଟ   ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଶ୍ରେଷ୍ଠ ଅବଦାନ ଫଳରେ ନବମ    ପର୍ଯ୍ୟାୟ   ପାଠ୍ୟ  ଉପକରଣ ,ଶୁଖିଲା ଖାଦ୍ୟ ସାମଗ୍ରୀ ସାନିଟାଇଜର ଆଦି ସମସ୍ତ ବ୍ଲକରେ ବଣ୍ଟନ କରାଯାଇଛି l କିସ ପ୍ରତିଷ୍ଠାତା ଡ଼ ସାମନ୍ତ ନିଜେ ଭଡାଟିଆ ଗୃହରେ ରହି ଅବିବାହିତ ଜୀବନ ବିତାଇ ନିସ୍ଵାର୍ଥପର ଭାବରେ ଦୀର୍ଘ ଅଠେଇଶ ବର୍ଷ ହେଲା ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ କେଜି ରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଉଚ୍ଚ ଶିକ୍ଷା ଗୁଣାତ୍ମକ ଶିକ୍ଷା ବୃତ୍ତିଗତ ଶିକ୍ଷା ପ୍ରଦାନ କରି ଲକ୍ଷ ଲକ୍ଷ ଆଦିବାସୀ ପିଲାଙ୍କୁ ମଣିଷ କରିବାରେ ସଫଳତା ଅର୍ଜନ କରି ସାରା ବିଶ୍ୱରେ ସୁନାମ ଅର୍ଜନ କରିଛନ୍ତି l କରୋନା ବିପତ୍ତି ସମୟରେ ମଧ୍ୟ କିସ ର ସ୍ପୋର୍ଟ୍ସ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର କୋଚ ଜରିଆରେ କିଟ ଷ୍ଟାଡିଅମ ରେ  ଖେଳାକୁଦ ତାଲିମ ଜାରିରଖି ଛନ୍ତି l ଡ଼ ସାମନ୍ତ ଭାରତ ର ଗର୍ବ ଏବଂ ଗୌରବ ବୋଲି ଆଦିବାସୀ ମାନେ ପ୍ରଶଂସା କରିଛନ୍ତି l ଆଜି ବଲାଙ୍ଗିର ଜିଲ୍ଲାର ଚଉଦ ଗୋଟି ବ୍ଲକରେ କିଟ ବିଶ୍ୱବିଦ୍ୟାଳୟ ର ୨ ଟି ବସ ଯୋଗେ ସାମଗ୍ରୀ ପହଞ୍ଚିଥିଲା  l ଆଜି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କର୍ମକର୍ତ୍ତା ମାନେ ପାଠ୍ୟ ଉପକରଣ  ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ଇତ୍ୟାଦି  ବଣ୍ଟନ କରିବାରେ ସହଯୋଗ କରିଥିଲେ l   ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଭୁତାଣୁ ଜନିତ ଲକ ଡାଉନ କଟକଣା ଯୋଗୁଁ ମାର୍ଚ୍ଚ ମାସ ଦ୍ଵିତୀୟ ସପ୍ତାହ ରୁ  ଭାରତ ତଥା ଓଡିଶା ର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି l କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଅଧ୍ୟୟନ ରତ ତିରିଶ ହଜlର ଆଦିବାସୀ ଛାତ୍ରଛାତ୍ରୀ ମଧ୍ୟ କରୋନା ଆତଙ୍କ ର ପ୍ରଭାବ ଯୋଗୁଁ ନିଜ ନିଜ ଗାଁ ରେ ରହୁଛନ୍ତି l କିସ ର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଚିନ୍ତା ସହିତ ପାଠପଢା ଅବ୍ୟାହତ ରଖିବା ପାଇଁ କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼ ସାମନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟ ରେ ସାନିଟାଇଜର ସାମଗ୍ରୀ ,ଚାଉଳ ,ଚୁଡା ,ବିସ୍କୁଟ ,ଚିନି ଶୁଖିଲା ଖାଦ୍ୟ ସାମଗ୍ରୀ ,ଦ୍ଵିତୀୟ ପର୍ଯ୍ୟାୟ ରେ ପାଠ୍ୟପୁସ୍ତକ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ସାମଗ୍ରୀ ତୃତୀୟ ପର୍ଯ୍ୟାୟ ରେ ଆଦର୍ଶ ପ୍ରଶ୍ନପତ୍ର ,ଶୁଖିଲା ଖାଦ୍ୟ ସାମଗ୍ରୀ ,ଝିଅ ମାନଙ୍କ ଡ୍ରେସ ଏବଂ ଚତୁର୍ଥ ପର୍ଯ୍ୟାୟ ରେ ଟି ସାର୍ଟ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାବୁନ ଇତ୍ୟାଦି ପଠାଇଥିବା ବେଳେ ପଞ୍ଚମ ପର୍ଯ୍ୟାୟ ରେ ପ୍ଲସ ଟୁ,ପ୍ଲସ ଥ୍ରୀ , ପିଲାଙ୍କ ପାଇଁ ପାଠ୍ୟ  ପୁସ୍ତକ ,ପାଠ୍ୟ ଉପକରଣ ,ବିସ୍କୁଟ ,ଚୁଡା ,ଚାଉଳ ,ଚିନି ,ଡାଲି  ପଠାଇଛନ୍ତି l ନିରନ୍ତର  ପାଠପଢା ଚାଲୁ ରଖିବା ପାଇଁ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷାଦାନ ,ଅନଲାଇନ ଶିକ୍ଷାଦାନ ,ମଧ୍ୟ ବ୍ୟବସ୍ଥା ଜାରି ରଖିଛନ୍ତି l କିସ କିଟ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ  ଯୁଗାନ୍ତକାରୀ ପ୍ରୟାସଏବଂ ଐତିହାସିକ କାର୍ଯ୍ୟ  କୁ ଆଦିବାସୀ ମାନେ କୃତଜ୍ଞତା ଜଣାଇଛନ୍ତି l ଜନସାଧାରଣ ମଧ୍ୟ  ଏହାକୁ  ପ୍ରଶଂସା କରିଛନ୍ତି l କିସ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ,ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇ ,ବ୍ଲକ ସଭାପତି ଅଷ୍ଟରତ୍ନ ବରିହା ,ବିପ୍ର ବିଶି ,ପଦ୍ମନ ପ୍ରଧାନୀ,ଶରତ ଚନ୍ଦ୍ର ସିଂ ଭୋଇ ଦୁଃଖିଶ୍ୟାମ ଭୋଇ ,ଘିମାନନ୍ଦ ଭୋଇ ,ବଳଦେବ ଭୋଇ ଶ୍ୟାମ ସୁନ୍ଦର ଭୋଇ ସନ୍ତୋଷ ପୁଟା ,ଘନଶ୍ୟାମ ପ୍ରଧାନୀ , ବନାଲତା  ମାଝି ,କଣ୍ହୁ ଚରଣ ପ୍ରଧାନ ,ସୁଦାମ ଚରଣ ଭୋଇ ,ଡମ୍ବରୁ ଧରୁଆ ,ସାରଥୀ ବାଗ ,ଭୂପାଲ ବିଶ୍ୱାଳ ,ମନବୋଧ ବରିହା ଅଚୁତ ଧରୁଆ,ବିକ୍ରମ ଭୋଇ ,ଯଦୁମଣି ବରିହା,ଘନ ଭୋଇ ଟିକେଶ୍ୱର ଧରୁଆ,ଧରମସିଂ ଧରୁଆ,ଦଶରଥ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   14-Oct-2026
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026

You Might Also Like