-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
24-Feb-2021
ପାଟଣାଗଡ . (ଗୋରେଖନାଥ ବରିହା )ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଂଗରିଆ ପଂଚାୟତ ପାଞ୍ଚଚ୍ଛକ ସ୍ଥିତ ପାଟଣେଶ୍ବରୀ ମହାବିଦ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଆନୁକୂଲ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଛି l ଏଥିରେ ପାଟଣେଶ୍ୱରୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ସୁଶୀଲ କୁମାର ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ବର୍ଷା ଜଳ ସଂରକ୍ଷଣ କରନ୍ତୁ ଯେଉଁ ଠାରେ ପଡୁଛି ଯେତେବେଳେ ପଡୁଛି ଶିର୍ଷକ ବିଷୟ ଉପରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ମହାବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ପୁରସ୍କାର ବିତରଣ ଉତ୍ସବରେ ମହାବିଦ୍ୟାଳୟ ଏମ. ଡି କ୍ଷୀରୋଦ କୁମାର ଷଡ଼ଙ୍ଗୀ, ଯୁକ୍ତ 2 ର ଅଧ୍ୟକ୍ଷ ସସ୍ମିତା ସେନ ବାରିକ, ଯୁକ୍ତ 3 ର ଅଧ୍ୟକ୍ଷ ବିଶ୍ୱନାଥ ଦଳପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ୧ମ ସ୍ଥାନରେ ଜୟନ୍ତ ବନଛୋର , ୨ୟ ମାର୍କଣ୍ଡ କଠାର ,୩ୟ ପ୍ରିୟରଞ୍ଜନ ପ୍ରଧାନ ସ୍ଥାନ ଅଧିକାର କରିଥିଲେ ତାଙ୍କୁୁ ଅତିଥି ଗଣ ମାନପାତ୍ର ଦେଇ ସମ୍ମାନିତ କରାଯାଇଥିଲା ! ଏହି ଅବସରରେ ଏକ ସମୁହ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେଉଥିଲା । ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ସ୍ବେଛାସେବୀ ସନ୍ତୋଷ କୁମାର ଘିଭେଲା, ସ୍ବେଛାସେବୀକା କୁନି ବରିହା, ଜୟତରୁଣ ଯୁବକ ସଂଘର ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ!