-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
23-Feb-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଆଜି ଲୋଇସିଂହା ବୁଢ଼ୀପଦର ଗ୍ରାମ ପଂଚାୟତ ରୁଗୁଡ଼ିଖାଲ ପାଖରେ ଏକ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣା ଘଟି ଯାଇଛି l ମୋଟର ସାଇକେଲ ଓ ମାରୁତି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଶିକ୍ଷକ ଗୁରୁତର ଭାବେ ଆହତ ହୋଇଛନ୍ତି l
ସୂଚନାନୁସାରେ ସ୍ଥାନୀୟ ଆଦିବାସୀ ହରିଜନ ହାଇସ୍କୁଲ କେଉଁଟିପାଲିର ଖେଳ ଶିକ୍ଷକ ଶିବପ୍ରସାଦ ବିଶି ଓ ହିନ୍ଦୀ ଶିକ୍ଷକ ଦୀପକ କୁମାର ସାହୁ ଏକ ମୋଟର ସାଇକେଲ ଯୋଗେ ସ୍କୁଲରୁ ଘରକୁ ଫେରୁଥିଲେ l ବାଟରେ OD-26B 1166 ନାମକ ଏକ ମାରୁତି କାର ଶିକ୍ଷକ ଦୁହେଁ ବସିଥିବା ହିରୋହଣ୍ଡl ମୋଟର ସାଇକେଲକୁ ଧକ୍କା ଦେଇଥିଲା l ଦୁର୍ଘଟଣାରେ ଦୁଇ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି l ସୁଚନା ପାଇ ସେହି ସ୍ଥାନକୁ ଅଗ୍ନିଶମ ଗାଡି ପହଂଚି ଦୁଇ ଜଣଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ଲୋଇସିଂହା ହସ୍ପିଟାଲରେ ଭର୍ତି କରିଥିଲେ lପରେ ୨ ଜଣଙ୍କ ଅବସ୍ଥାକୁ ଦେଖି ଡାକ୍ତର ଲୋଇସିଂହା ରୁ ବଲାଙ୍ଗୀର ହସ୍ପିଟାଲକୁ ରେଫର କଲେ l ବଲାଙ୍ଗୀରରେ ସୁଧାର ନ ଆସି ଗୁରୁତୁ ହେବାରୁ ଏମାନଙ୍କୁ ଡାକ୍ତର ବୁର୍ଲାକୁ ରେଫେର କରିଛନ୍ତି l ଲୋଇସିଂହା ଥାନାରେ ଏକ ମାମଲା ରୁଜୁ କରାଯାଇଛି l ଶିକ୍ଷକ ଶିବପ୍ରସାଦ ବିଶି ଖୁସମାଲର ଓ ଦିପକ କୁମାର ସାହୁ ଚେରୁପାଲୀ ଗ୍ରାମ ର ବୋୋଲି ଜଣାପଡିଛି l