-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ପାଟଣାଗଡ଼(ଗୋରେଖନାଥ ବରିହା): ପାଟଣାଗଡ଼ ଥାନା ଧଉରାଦାଦର କ୍ରସର ନିକଟରେ ଆଜି ଦିନ ୧ ଟl ସମୟରେ ଗୋଟିଏ ବାଇକ୍ ଓ ପିକଅପ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ବାପାର ମୃତ୍ୟୁ ଘଟିଛି । ସୁଚନା ଅନୁସାରେ ଦମାଇପାଲି ପଞ୍ଚାୟତ ବଡ଼ ଉଡେନ ଗ୍ରାମ ର ରକ୍ମଣ ବରିହା ତାଙ୍କ ୬ ବର୍ଷ ର ପୁଅ ଦୂର୍ଲଭଙ୍କୁ ବସାଇ ନିଜର ବାଇକ୍ ହିରୋ ସିଡି ଡିଲକ୍ସ (OD 17A4835) ରେ ଜୁରିଆ ରୁ ପାଟଣାଗଡ଼ ପଟକୁ ଯାଉଥିଲେ l ଏହି ସମୟରେ ପାଟଣାଗଡ଼ ରୁ ଦୃତ ବେଗରେ ଆସୁଥିବା ପିକଅପ ଭେନ (OR 03 9761) ସହ ବାଇକ ର ମୁହାଁମୁହିଁ ଧକ୍କା ହୋଇଥିଲା l ଘଟଣାସ୍ଥଳରେ ହିଁ ରକ୍ମଣ ବରିହାଙ୍କ ପ୍ରାଣ ଚାଲିଯାଇ ଥିବା ବେଳେ ମୃତକଙ୍କ ପୁଅ ଦୂର୍ଲଭଙ୍କୁ ଆହତ ଅବସ୍ଥାରେ ଲୋକେ ଉଦ୍ଧାର କରିଥିଲେ । ଆଜି ଭଗବାନ ଦୂର୍ଲଭଙ୍କୁ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇ ଦେଲେ। ଦୁର୍ଲଭ ଗୋଡ଼ରେ ସାମାନ୍ୟ ଆହତ ହୋଇଥିବା
ଜଣାପଡ଼ିଛି l ପାଟନାଗଡ଼ ଥାନା ଅଧିକାରୀ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପାଟଣାଗଡ଼ ଡ଼ାକ୍ତରଖାନା ନେଇଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।