-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ଭୁବନେଶ୍ଵର(ପ୍ରେରଣା ଖବର ବ୍ୟୁରୋ) : ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ଆର୍ଥିକ ବର୍ଷ ୨୦୨୧-୨୨ର ରାଜ୍ୟ ବଜେଟ୍ ବିଧାନସଭାରେ ଆଗତ କରିଛନ୍ତି। ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ପ୍ରଶାସନିକ ବ୍ୟୟ ୮୫ ହଜାର କୋଟି ରଖାଯାଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ୭୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଉଦ୍ୟାନ ମିଶନ କୃଷି ପାଇଁ ୧୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍ ମହାମାରୀ ମାନବଜାତିକୁ ବଡ ସଙ୍କଟରେ ପକାଇଥିଲା। ସରକାରଙ୍କ ସକରାତ୍ମକ ଚିନ୍ତାଧାରା ମହାମାରୀ ମୁକାବିଲା କରି ପାରିଥିଲା। କରୋନା ମୁକାବିଲାରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓଡିଶାକୁ ପ୍ରଶଂସା କରିଛନ୍ତି। କୋରୋନା ସତ୍ତ୍ବେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। କରୋନା ସଂପୂର୍ଣ୍ଣ ଭାବେ ଯାଇନଥିବାରୁ ଆମକୁ ସତର୍କ ଓ ସାବଧାନ ରହିବାକୁ ପଡିବ। ଗୃହରେ ଅର୍ଥ ମନ୍ତ୍ରୀ ଇ-ବଜେଟ୍ ଉପସ୍ଥାପନ କରିଛନ୍ତି। ଇ-ବଜେଟ୍ ଉପସ୍ଥାପନରେ ଓଡିଶା ସମ୍ଭବତଃ ଦେଶରେ ପ୍ରଥମ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି ଓଡିଶା ଅର୍ଥନୀତିର ଅଭିବୃଦ୍ଧି ହାର ଜାତୀୟ ହାର ତୂଳନାରେ ବଢି ଚାଲିଛି। ଚଳିତ ବର୍ଷ ରାଜ୍ୟର ଜିଡିପି ୪.୯ ପ୍ରତିଶତ ହ୍ରାସ ଆକଳନ କରାଯାଇଛି। ଟି ଓଡ଼ିଆଙ୍କ ନିକଟରେ ଆମେ କୃତଜ୍ଞ । କୋଭିଡ ପରିଚାଳନାରେ ସରକାରଙ୍କୁ ସମସ୍ତେ ସହଯୋଗ କରିଛନ୍ତି । ୨୦୨୦-୨୧ ଭାରତର ଅର୍ଥନୀତି ୭.୭% ସଙ୍କୁଚିତ ହୋଇପାରେ ବୋଲି ନିରଞ୍ଜନ ପୂଜାରୀ କହିଛନ୍ତି। ଚାଷୀ, ସ୍ଵଂୟ ସହାୟିକା ଗୋଷ୍ଠୀକୁ ଅଧିକ ଋଣ ଦେବାର ଯୋଜନା ରହିଛି।