-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Feb-2021
ବ୍ରହ୍ମପୁର(ପ୍ରେରଣା ଖବର) କୃଷକଙ୍କ ଅନେକ ଦାବି ନେଇ ଗଞ୍ଜାମ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ଶୋଭାଯାତ୍ରା ବାହାର କରାଯାଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବ୍ରହ୍ମପୁର କମାପଲ୍ଲୀ ଓଭର ବ୍ରିଜରୁ ଶତାଧିକ ବେଜେପି କର୍ମୀ ଶୋଭା ଯାତ୍ରାରେ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପ୍ରତିବାଦ କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ।ଚାଷୀଙ୍କ ତୁରନ୍ତ ଟୋକେନ ପ୍ରଦାନ କରିବା, ଚାଷୀଙ୍କ ସମସ୍ତ ଧାନ FAQ ମାନରେ ଧାନ କିଣି ସରକାର ନିର୍ଦ୍ଧାରିତ ମୂଲ୍ୟ ଯୋଗାଇବା, ଚାଷୀଙ୍କ ଅଖା ଏବଂ ପରିବହନ ଖର୍ଚ୍ଚ ଦେବା ସହ FAQ ମାନ ନାଁ ରେ କଟନୀ ଛଟଣି ବନ୍ଦ କରିବାକୁ ଦାବି କରିଥିଲେ। ଏଥି ସହିତ ଚାଷୀଙ୍କ ଧାନ ମିଲ ମାଲିକ କିଣି ମଣ୍ଡି ରେ ଦେଇ ମାଲା ମାଲ ହେଉଥିବା ଅଭିଯୋଗ କରିଥିଲେ। ଯଦି ଏହାର ସ୍ଥାୟୀ ସମାଧାନ ନ ହୁଏ। ଆଗାମୀ ଦିନରେ ବିଜେପି ଆନ୍ଦୋଳନ ଚେତାବନୀ ଦେଇଛି।