-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   (08-Sep-2026)       ||      *ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||     

HOME   ଜିଲ୍ଲା

ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର

08-Sep-2026



ସିନାପାଲି, (ଚିନ୍ତାମଣି  ନେତାମ )
କିଛି ମଣିଷ କେବଳ ଏକ ପଦବୀ ପାଇଁ ପରିଚିତ ହୁଅନ୍ତି ନାହିଁ; ନିଜର କର୍ତ୍ତବ୍ୟନିଷ୍ଠା, ସରଳତା, ଆତ୍ମୀୟ ବ୍ୟବହାର ଓ ସମର୍ପଣ ମାଧ୍ୟମରେ ସେମାନେ ଏକ ଅଞ୍ଚଳର ଧନୀ, ଗରିବ ସମସ୍ତ ଙ୍କ ହୃଦୟରେ ସ୍ଥାୟୀ ସ୍ଥାନ ସୃଷ୍ଟି କରନ୍ତି। ସମୟ ବଦଳେ, ଦାୟିତ୍ୱ ବଦଳେ, କାର୍ଯ୍ୟସ୍ଥଳ ବଦଳେ; କିନ୍ତୁ ଜଣେ ଭଲ ଶିକ୍ଷକ ଓ ଭଲ ମଣିଷ ଛାଡ଼ିଯାଇଥିବା ସ୍ମୃତି କେବେ ବଦଳେ ନାହିଁ,ଚିର ସ୍ମରଣୀୟ ହୋଇ ରହିଯାଏ, ସମସ୍ତ ଙ୍କୁ ଅନୁପ୍ରାଣିତ କରେ l
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯଶସ୍ୱୀ ପ୍ରଧାନ ଶିକ୍ଷକ, ବରିଷ୍ଠ ଶିକ୍ଷା ସଂଗଠକ ତଥା ବିଶିଷ୍ଟ କବି, ଲେଖକ ଓ ଆଲୋଚକ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ସିନାପାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି।
ତାଙ୍କର ଏହି ନୂତନ ଦାୟିତ୍ୱ ଗ୍ରହଣ ସିନାପାଲିର ଶିକ୍ଷା ଜଗତରେ ଏକ ନୂଆ ଅଧ୍ୟାୟର ଆରମ୍ଭ କରିଛି। ଏହା ନୀଳଜି ବିଦ୍ୟାଳୟ ସମେତ ନୀଳଜି, ଖରସେଲ, ଟିମନପୁର, ଗୋର୍ଲା, ରାଣିମୁଣ୍ଡା ଓ ଚଟିଆଗୁଡ଼ା ଗ୍ରାମପଞ୍ଚାୟତ ତଥା ସମଗ୍ର ସିନାପାଲି ଅଞ୍ଚଳ ପାଇଁ ଏକ ଗର୍ବର ମୁହୂର୍ତ୍ତ ପାଲଟିଛି।
ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବା ସହ ଗୋବିନ୍ଦପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସିଆରସିସି ଭାବେ କାର୍ଯ୍ୟ କରୁଥିବା ସମୟରେ ଶ୍ରୀ ଗହୀର କେବଳ ପାଠପଢ଼ା କିମ୍ବା ପ୍ରଶାସନିକ କାର୍ଯ୍ୟରେ ସୀମିତ ରହିନଥିଲେ। ଛାତ୍ରଛାତ୍ରୀଙ୍କ ଶିକ୍ଷା, ସଂସ୍କାର, ଚରିତ୍ର ଗଠନ, ଶୃଙ୍ଖଳା, ମନୋବଳ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ ସର୍ବଦା ନିଜକୁ ସମର୍ପିତ କରିଥିଲେ।
ତାଙ୍କର ନିଷ୍ଠା, ଦୂରଦୃଷ୍ଟି ଓ ଦାୟିତ୍ୱବୋଧ ଅନେକ ବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ଏକ ନୂଆ ଦିଗ ଦେଇଥିଲା। ଜଣେ ବରିଷ୍ଠ ଶିକ୍ଷା ସଂଗଠକ ଭାବେ ଶିକ୍ଷକ ସମାଜର ସମସ୍ୟା, ଛାତ୍ରଛାତ୍ରୀଙ୍କ ହିତ ଓ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ତାଙ୍କର ସକ୍ରିୟ ଭୂମିକା ତାଙ୍କୁ ଜଣେ ଦାୟିତ୍ୱବାନ ଶିକ୍ଷାବିତ୍ ଭାବେ ପରିଚିତ କରିଛି।
ସହକର୍ମୀ ଶିକ୍ଷକମାନଙ୍କ ପାଇଁ ସେ ଥିଲେ ଜଣେ ସହଯୋଗୀ, ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ମାର୍ଗଦର୍ଶକ ଏବଂ ଅଭିଭାବକମାନଙ୍କ ପାଇଁ ଜଣେ ଭରସାଯୋଗ୍ୟ ଶିକ୍ଷାବିତ୍। ତାଙ୍କର ସରଳ ବ୍ୟବହାର, ଆତ୍ମୀୟତା ଓ କର୍ତ୍ତବ୍ୟ ପ୍ରତି ସମର୍ପଣ ନୀଳଜି ବିଦ୍ୟାଳୟ ସହ ତାଙ୍କର ସମ୍ପର୍କକୁ କେବଳ ଚାକିରିର ସମ୍ପର୍କରେ ସୀମିତ ରଖିନଥିଲା; ବରଂ ଏହାକୁ ଏକ ପରିବାର ଭଳି ଆତ୍ମୀୟ ସମ୍ପର୍କରେ ପରିଣତ କରିଥିଲା।
ଗୋବିନ୍ଦପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସିଆରସିସି ଭାବେ କାର୍ଯ୍ୟ କରୁଥିବା ସମୟରେ ସିନାପାଲି ବ୍ଲକ ଟିମନପୁରଠାରେ “ଓଡ଼ିଶା ଆଦର୍ଶ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ” ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ମାଝୀପଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ଉନ୍ନୀତ କରିବାର ଆୟୋଜନରେ ମଧ୍ୟ ତାଙ୍କର ଅବଦାନ ଉଲ୍ଲେଖନୀୟ।
ସେହିପରି ନୀଳଜି ସରସ୍ୱତୀ ଶିଶୁ ମନ୍ଦିର ପ୍ରତିଷ୍ଠାରେ ମଧ୍ୟ ସେ ଜଣେ ପ୍ରମୁଖ କର୍ଣ୍ଣଧାର ଭାବେ ନିଜର ଅବଦାନ ରଖିଛନ୍ତି। ସରକାରୀ ଶିକ୍ଷା ବ୍ୟବସ୍ଥା ସହିତ ଭାରତୀୟ ସଂସ୍କୃତି ଓ ସଂସ୍କାରଧର୍ମୀ ଶିକ୍ଷାକୁ ଆଗକୁ ନେବାରେ ସିନାପାଲି ବ୍ଲକ ଏକଳ ଅଭିଯାନ ସହ ମଧ୍ୟ ସେ ଜଣେ ହୃଦୟବାନ ସହଯୋଗୀ ଓ ମାର୍ଗଦର୍ଶକ ଭାବେ ଜଡ଼ିତ ରହିଛନ୍ତି।
ଆଜି ସେ ନୂତନ ଦାୟିତ୍ୱ ନେଇ ଆଗକୁ ବଢ଼ିଥିବା ବେଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ, ବିଦ୍ୟାଳୟ ପରିସର, ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ସହ ବିତାଇଥିବା ଅସଂଖ୍ୟ ମଧୁର ସ୍ମୃତି ସବୁବେଳେ ଅମର ରହିବ। ତାଙ୍କର ଏହି ପଦୋନ୍ନତି କେବଳ ଏକ ପଦବୀ ପରିବର୍ତ୍ତନ ନୁହେଁ; ଏହା ଶିକ୍ଷା ସେବାର ଏକ ବୃହତ୍ତର ପରିସରକୁ ଆଗେଇଯିବାର ନୂଆ ପଦକ୍ଷେପ।
ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ସେ ଏବେ ନିଜର ଦୀର୍ଘ ଅଭିଜ୍ଞତା, ଜ୍ଞାନ, ଦକ୍ଷତା ଓ ସଂଗଠନାତ୍ମକ କ୍ଷମତାକୁ ସମଗ୍ର ସିନାପାଲି ବ୍ଲକର ଶିକ୍ଷା ବ୍ୟବସ୍ଥାରେ ପ୍ରୟୋଗ କରିବାର ସୁଯୋଗ ପାଇଛନ୍ତି। ତାଙ୍କର ଅଭିଜ୍ଞତା ଓ ଦୂରଦୃଷ୍ଟି ସିନାପାଲି ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼, ଶୃଙ୍ଖଳିତ ଓ ଗୁଣାତ୍ମକ କରିବ ବୋଲି ଶିକ୍ଷାପ୍ରେମୀ ମହଲ ଆଶା ପ୍ରକାଶ କରିଛନ୍ତି।
ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀରଙ୍କ ନୂତନ ଦାୟିତ୍ୱ ଗ୍ରହଣ ଅବସରରେ ସିନାପାଲି ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ବ୍ଲକର ସିଆରସିସିବୃନ୍ଦ, ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ ଓ ଅସଂଖ୍ୟ ଶୁଭେଚ୍ଛୁ ତାଙ୍କୁ ହୃଦୟରୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।
ନୀଳଜିର ମାଟି ତାଙ୍କୁ ଜଣେ ଯଶସ୍ୱୀ ପ୍ରଧାନ ଶିକ୍ଷକ ଭାବେ ମନେ ରଖିବ। କିନ୍ତୁ ଛାତ୍ରଛାତ୍ରୀ, ସହକର୍ମୀ ଓ ଶିକ୍ଷକ ସମାଜର ହୃଦୟରେ ସେ ସଦା ରହିବେ ଜଣେ ଭଲ ମଣିଷ, ଭଲ ଶିକ୍ଷକ ଓ ଦାୟିତ୍ୱବାନ ଶିକ୍ଷା ସଂଗଠକ ଭାବେ। ନୀଳଜିର ମାଟିରେ ସେ ଛାଡ଼ିଯାଇଥିବା ସ୍ନେହ, ସେବା ଓ ସ୍ମୃତିର ପଦଚିହ୍ନ ସମୟ ସହିତ ଆହୁରି ଗଭୀର ହେବ।
ନୂତନ ଦାୟିତ୍ୱରେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ଅପାର ସଫଳତା ଲାଭ କରନ୍ତୁ, ତାଙ୍କର ଜ୍ଞାନ, ଅଭିଜ୍ଞତା ଓ ନିଷ୍ଠାରେ ସିନାପାଲିର ଶିକ୍ଷା କ୍ଷେତ୍ର ଆହୁରି ଆଲୋକିତ ହେଉ— ସେ ରାଷ୍ଟ୍ର ଗଠନର ମହାନ ଯାତ୍ରାରେ ଜଣେ ସମର୍ପିତ ସେବକ ଭାବେ ଆହୁରି ଉଚ୍ଚତର ସଫଳତା ଅର୍ଜନ କରନ୍ତୁ। ଏହା ହିଁ ସମଗ୍ର ସିନାପାଲିବାସୀଙ୍କ ହୃଦୟର ଶୁଭକାମନା ଓ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   08-Sep-2026
  ଜିଲ୍ଲା  
*ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ   07-Sep-2026
  ଜିଲ୍ଲା  
ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   07-Sep-2026
  ଜିଲ୍ଲା  
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   07-Sep-2026
  ଜିଲ୍ଲା  
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   07-Sep-2026
  ଜିଲ୍ଲା  
ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     07-Sep-2026
  ଜିଲ୍ଲା  
ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   07-Sep-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026
  ଜିଲ୍ଲା  
ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   07-Sep-2026
  ଜିଲ୍ଲା  
ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   07-Sep-2026

You Might Also Like