-+91-9937148622 |
prerana_bgr@rediffmail.com |
Tuesday 8th September 2026 |
R.N.I. Regd No. ODIODI/2010/46693
Breaking News
08-Sep-2026
ଡୁଙ୍ଗୁରିପାଲି (ଆରବିନ୍ଦ ମିଶ୍ର): ଇଛାଶକ୍ତି ଆଗେ ବୟସ ଆପେ ଆପେ ହାର୍ ମାନିଯାଏ ଏହାର ଉଦାହରଣ ସାଜିଛନ୍ତି ୯୦ ବର୍ଷ ବୟସ ରେ ପାଦ ଦେଇଥିବା ସୁବର୍ଣ୍ଣପୁର ଜିଲ୍ଲା, ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ଦିଗଶିରା ଗାଁ ର ଅବସରପ୍ରାପ୍ତ ଶିକ୍ଷକ ପିତା ସ୍ବର୍ଗତ ରାମକୃଷ୍ଣ ମିଶ୍ର ଓ ମାତା ଶ୍ରୀମତୀ ସତ୍ୟଭାମା ମିଶ୍ର ଙ୍କ ଯୋଗ୍ୟ ସନ୍ତାନ ଶଶୀ ଭୂଷଣ ମିଶ୍ର, ଶିକ୍ଷକତା ରୁ ଅବସର ନେଲା ପରେ ପୁସ୍ତକ ରଚନା ସାର୍ ଙ୍କର ଏକ ନିଶା ସେ ଗୋଟିଏ ପରେ ଗୋଟିଏ ଅନେକ ପୁସ୍ତକ ପ୍ରକାଶିତ କରିବାରେ ଲାଗିଛନ୍ତି ପ୍ରକାଶିତ ପୁସ୍ତକ ମାନଙ୍କ ମଧ୍ୟରେ ରାମାୟଣ ସୁଧା, ସୂର୍ଯ୍ୟ ସୂତ ରାଧେୟ, ସୁଧା ଧାର, ଅନ୍ଧ ବିଶ୍ବାସ ପାଠକ ମହଲ ରେ ବେଶ୍ ଆଦୃତ ହୋଇ ପାରିଛି, ପବିତ୍ର ନନ୍ଦ ଉତ୍ସବ ଦିନ ସାର୍ ଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ ' ପୁଷ୍ ପୂତର୍ ରାମ୍ ' ପ୍ରକାଶିତ ହୋଇଛି
ସମାଜ କୁ ଶିକ୍ଷା ଦେବାରେ ଏ ପୁସ୍ତକ ନିଶ୍ଚୟ ସହାୟକ ହେବ ଏଥିରେ ସନ୍ଧେହ ନାହିଁ, ସାର୍ ଙ୍କ ବୟସ ଓ ପୁସ୍ତକ ପ୍ରକାଶନ ର ଆଗ୍ରହ ଯୁବ କବିଙ୍କୁ ନିଶ୍ଚୟ ପ୍ରେରଣା ଦେବ ଆଜିର ଯୁବ କବି ମାନେ ସାର୍ ଙ୍କ ଭୂରି ଭୂରି ପ୍ରଶଂସା ସାଥେ ଆଗକୁ ବଢିବା ପାଇଁ ଆଶିଷ ଭିକ୍ଷା କରିଛନ୍ତି।
ଖୁସିର କଥା ବାପା ଙ୍କ ଲେଖନି ରେ ଅନୁପ୍ରାଣିତ ହୋଇ ତାଙ୍କ ଝିଅ ଶିକ୍ଷୟତ୍ରୀ କବିତା ମିଶ୍ର ମଧ୍ୟ ଗୋଟିଏ ପରେ ଗୋଟିଏ କବିତା ଲେଖି ସମାଜ କୁ ଭେଟି ଦେବାରେ ଲାଗିଛନ୍ତି