-+91-9937148622 |
prerana_bgr@rediffmail.com |
Tuesday 8th September 2026 |
R.N.I. Regd No. ODIODI/2010/46693
Breaking News
08-Sep-2026
(ପ୍ରିୟଦର୍ଶିନି ପାତ୍ର )
ଉମରକୋଟ ବ୍ଲକ ଅନ୍ତର୍ଗତ ଚଢ଼େଇଗୁଡ଼ା ଠାରେ ଗାନ୍ଧୀ ଯୁବ ପରିଷଦ ଏବଂ ଏ ଏନ୍ ଏମ୍ ଫୁଟବଲ୍ କୋଚିଂ ସେଣ୍ଟର ଆନୁକୁଲ୍ୟରେ ଷଷ୍ଠ ତମ ବ୍ଲକ୍ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇ ଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ ବାଲା କ୍ରିଷ୍ଣା ରାଓ, ବିଶିଷ୍ଟ ଅତିଥି ଭାବେ ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଅନ୍ୟତମ ଅତିଥି ଭାବରେ କ୍ରିକେଟ ସମ୍ପାଦକ ଅଶୋକ ନାୟକ, ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା ଦୁର୍ଯ୍ୟ ହରିଜନ, ସମାଜ ସେବୀ ଗୋପାଳ ପଟ୍ଟନାୟକ, ବରିଷ୍ଠ ପ୍ରାକ୍ତନ କ୍ରୀଡ଼ାବିତ୍ ଦଶରଥ ଗଣ୍ଡ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଅତିଥି ଭାବରେ ଜିଲ୍ଲା କିନ୍ନର ସଂଘର ସଭାପତି କାଜୋଲ, ସମ୍ପାଦକ ଚୁମୁକି ସମେତ ସଂଘର ଅନ୍ୟ କର୍ମକର୍ତ୍ତା ଯୋଗ ଦେଇ ଖେଳାଳିଙ୍କୁ ପୁରଷ୍କୃତ କରିଥିଲେ। ସୂଚନା ଯୋଗ୍ୟ ଯେ ଆଜିର ମୋବାଇଲ ଯୁଗରେ ଯୁବ ସମାଜ ର କ୍ରୀଡା ପ୍ରତି ଆଗ୍ରହ ଦୂରେଇ ଯାଉଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟରେ ୩୦ ଗୋଟି ଦଳ ଅଂଶ ଗ୍ରହଣ କରି ରେକର୍ଡ ସୃଷ୍ଟି କରିଛନ୍ତି। ଏହା ଜିଲ୍ଲା କ୍ରୀଡା ପାଇଁ ଶୁଭଙ୍କର ହେବ ବୋଲି କ୍ରୀଡା ସଂଘର ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ। ଏହି ସମସ୍ତ ଖେଳ ପରିଚାଳନା କରିବା ନିମନ୍ତେ ରେଫରୀ ଭାବରେ ସାଜୁ ନାଗ, ପ୍ରବୀଣ ହଲଦାର, ମଧୁ ବାଘ୍, ଜଗସେ ଭାତରା ଏବଂ ସୁବାସ ସାନ୍ତା କୁ ଦାଇତ୍ୱ ପ୍ରଦାନ କରାଯାଇଛି ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଅବସରରେ ଗାନ୍ଧୀ ଯୁବ ପରିଷଦ ର ସଭାପତି ହେମନ୍ତ ସୁନା, ସମ୍ପାଦକ ଦେବରାଜ ହିଆଲ, ଉପ ସଭାପତି ସରୋଜ ଦୀପ, କୋଷାଧକ୍ଷ ପିଙ୍କୁ ରାଜୁ , ଧିରୁ , ମନୋଜ ଏବଂ ଚିମ୍ପୁ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଥିବା ବେଳେ, ସମାଜ ସେବୀ ରବି ସୁନା ସହଯୋଗ କରୁଛନ୍ତି। ଆଜି ଅନୁଷ୍ଟିତ କାର୍ଯ୍ୟକ୍ରମକୁ ନାହସାନ ଖରା ସଂଯୋଜନା କରିଥିଲେ। ଆସନ୍ତା ୯ ତାରିଖ ରେ ଫାଇନାଲ ଖେଳ ହେବ ବୋଲି କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।