-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
23-Jul-2026
କଣ୍ଟାମାଳ(ଜୟ କୁମାର ମହାରଣା) କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ କୁନାସିଲା ଠାରୁ ବରଗାଁ ଗ୍ରାମପଞ୍ଚାୟତ ମହୀବିଲା ପର୍ଯ୍ୟନ୍ତ ଯାଇଥିବା ୨.୫କିମି ରାସ୍ତା ଶୋଚନୀୟ ଅବସ୍ଥା ରେ ପଡ଼ିରହିଛି। ସାମାନ୍ୟ ବର୍ଷା ହେଲେ ଖାଲଖମା ରେ ଭର୍ତ୍ତି ହୋଇଯାଉଥିବାରୁ ଅନେକ ଲୋକ ପଡ଼ିଯିବା ସହ ଆହତ ମଧ୍ଯ ହେଉଥିବା ଅଞ୍ଚଳ ବାସି କହୁଛନ୍ତି। ଅନେକ ଗାଡ଼ି ଭାଙ୍ଗିଯିବା ସହ ଜିନିଷ ପତ୍ର ମଧ୍ଯ ନଷ୍ଟ ହେଇଛି। ରାସ୍ତା ଖରାପ ଯୋଗୁଁ ଲୋକଙ୍କ ଦେହ ଅସୁସ୍ଥ ହେଲେ ଆମ୍ବୁଲାନ୍ସ ମଧ୍ଯ ଏହି ରାସ୍ତା ଦେଇ ଆସିପରୁ ନାହିଁ। ରାସ୍ତା ରେ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରନ୍ତି। ବର୍ଷା ଦିନରେ ଏହି ରାସ୍ତା ରେ ଯିବାଆସିବା ଅଞ୍ଚଳ ବାସି ଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବର୍ଷା ଦିନରେ ଚାରିଚକିଆ ତ ଦୂରର କଥା ଚାଲିକି ଯିବା ମଧ୍ଯ କଷ୍ଟକର ହୋଈ ପଡୁଛି। ରାଜ୍ୟ ସରକାର ଗ୍ରାମାଞ୍ଚଳ ର ରାସ୍ତା ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ରାସ୍ତା ମରଣ ଜନ୍ତା ପାଲଟିଛି। ଗତ କିଛି ମାସ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା କୁ ସର୍ଭେ ମଧ୍ଯ କରା ସରିଛି ହେଲେ ଆଜି ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ହୋଇ ନାହିଁ। ବର୍ଷା ଦିନ ପୂର୍ବରୁ ଏହି ରାସ୍ତା କୁ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳ ବାସି ଦାବୀ କରୁଛନ୍ତି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଇଛି।