-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
04-Jun-2026
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )
ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରିବା ଏବଂ ଅନଧୂକୃତ ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବିଲୋପ କରିବା ଉଦ୍ଦେଶ୍ୟ ନେଇ ସମ୍ବଲପୁର ଜିଲ୍ଲାରେ ଏସଆଇଆର୍ ପ୍ରକ୍ରିୟା ଆରମ୍ଭ ହେଉଛି। ଏହି କ୍ରମରେ ରେଙ୍ଗାଲି- ନିର୍ବାଚନ ମଣ୍ଡଳୀରେ ବୁଥସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କ ଏସଆଇଆର ଭୋଟର ତାଲିକା ସଂଶୋଧନ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଛି। ଏହି ତାଲିମ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ଭୋଇ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଶୁଶାନ୍ତ ନାୟକ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ରଫିକ ଏହମାଦ ତାଲିମ ଦେଇଥିଲେ। କାର୍ଯ୍ୟକ୍ରମରେ ଏନୁମେରେସନ୍ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ତାଲିମ ଦିଆଯାଇଛି।