-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
27-May-2026
ବଲାଙ୍ଗୀର (ପ୍ରେରଣା ଖବର): ବର୍ତ୍ତମାନ ବଲାଙ୍ଗୀର ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଭିନ୍ନ ସମୟରେ ଅଘୋଷିତ ବିଦ୍ୟୁତ କାଟ୍ ଓ ପାନୀୟ ଜଳ ସମସ୍ୟା ଲୋକଙ୍କ ପାଇଁ ଅସମ୍ଭାଳ ହୋଇ ଯାଇଛି । ଯେଉଁ ଦିନଠାରୁ ଟି.ପି. ଡବ୍ଲୁ. ଡି.ଏଲ୍ ପରି ଘରୋଇ ସଂସ୍ଥାକୁ ବିଦ୍ୟୁତ ସରୋବରହ ଦାୟିତ୍ୱ ହସ୍ତାନ୍ତର କରାଗଲା, ସେହି ଦିନ ଠାରୁ କମ୍ପାନୀର ଗ୍ରାହକ ମରଣ ନୀତି ଓ ବିଦ୍ୟୁତ ବିଭ୍ରାଟ ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି। ବଲାଙ୍ଗୀର ସହରରେ ବର୍ତ୍ତମାନ ତାପମାତ୍ରା ୪୫ ଡିଗ୍ରୀରୁ ୪୮ ଡିଗ୍ରୀ ଛୁଇଁବାକୁ ବସିଥିବା ବେଳେ ଘନ ଘନ ବିଦ୍ୟୁତ କାଟ ଯୋଗୁଁ ଛାତ୍ରଛାତ୍ରୀ ଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ସହ ରୋଗୀ ସେବା ଓ ଅନଲାଇନ୍ କାମ ବାଧାପ୍ରାପ୍ତ ହୋଇଛି। ଆଜି ଏ ସଂକ୍ରାନ୍ତରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ବାସୁଦେବ ରଥ ବଲାଙ୍ଗୀର ଟି.ପି. ଡବ୍ଲୁ. ଡି.ଏଲ୍ ଅଧୀକ୍ଷଣ ଜନ୍ତ୍ରୀ(ଇଲେକ୍ଟ୍ରି) ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବେଳେ ବଲାଙ୍ଗୀରରେ ବିଦ୍ୟୁତ କାଟ୍ ବନ୍ଦ ନହେଲେ ବାଲାଙ୍ଗୀରର ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ଓକିଲ ମାନଙ୍କୁ ଏକଜୁଟ କରି ଆଗକୁ ଏକ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସଂଘର ସଭାପତି ବାସୁଦେବ ରଥ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଖରା ମାସରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ବିଦ୍ୟୁତ ବିଭାଗର ଅଘୋଷିତ ବିଦ୍ୟୁତ କାଟ କୁ ନେଇ ଏକାଧିକ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ଟି.ପି. ଡବ୍ଲୁ. ଡି.ଏଲ୍ ସଂସ୍ଥା ର ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିସାରିଛନ୍ତି l