-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
26-May-2026
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଅପରାଧୀ ମାନଙ୍କର ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ବେଳେ ବ୍ରହ୍ମପୁର ପୋଲିସର ଅପରାଧୀ ଦମନ କାର୍ଯ୍ୟକ୍ରମ ଜରିଆରେ ମାତ୍ର ଏକ ସପ୍ତାହ ମଧ୍ୟରେ ୫ ଜଣ ଗୁଣ୍ଡା ଶ୍ରେଣୀୟ ଯୁବକ କୁ ପୋଲିସ ଏନ୍କାଉଣ୍ଟର କରିଛନ୍ତି। ବିଗତ ଦିନରେ ଘଟୁଥିବା ବହୁ ଚର୍ଚ୍ଚିତ ସୁଧୀର କୁମାର ପାତ୍ର ହତ୍ୟାକାଣ୍ଡ ରେ ଅଭିଯୁକ୍ତ କିଛି ଯୁବକ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଆଉ କିଛି ଅଭିଯୁକ୍ତର ମୋବାଇଲ ଫୋନ୍ ଟ୍ରାକ୍ କରି ସୁଦୁର ରାଜସ୍ଥାନ ରାଜ୍ୟରୁ ଧରି ଆସୁଥିବା ବେଳେ କିଛି ଯୁବକ ଚମ୍ପଟ୍ ମାରିବା ପାଇଁ ଗାଡ଼ି ରୁ ଡେଇଁ ପୋଲିସ କୁ ଆକ୍ରମଣ କରିଥିଲେ। ଯାହା ଫଳରେ ପୋଲିସ ର ପାଲଟା ଗୁଳି ବାଜି ବଡ଼ଗଡ଼ ଥାନା ଅନ୍ତର୍ଗତ ନୁଆ ଗାଁର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ର ସରୋଜ ପଣ୍ଡା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।