-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||     

HOME   ଜିଲ୍ଲା

ସିନାପାଲି ସଦରରେ ଷ୍ଟାଡିୟମ୍: ଜିଲ୍ଲାପାଳ ଦେଲେ ପ୍ରତିଶ୍ରୁତି

25-May-2026



(ଡୋଲେଶ୍ୱର  ବାଗ )
ନୂଆପଡ଼ା ଜିଲ୍ଲା ସିନାପାଲି ସଦର ମହକୁମାରେ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଖେଳପଡ଼ିଆର ଅଭାବ ଥିବାବେଳେ ଏଠାରେ ଏକ ବ୍ଲକ୍ ସ୍ତରୀୟ ଷ୍ଟାଡିଅମ୍-କମ୍-ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଦାବି ହୋଇଛି । ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରୟାସକୁ ସ୍ଥାନୀୟ ଯୁବକମାନେ ତୀବ୍ର ବିରୋଧ କରିବା ପରେ ଜିଲ୍ଲାପାଳ ସିନାପାଲି ସଦରରେ ହିଁ ଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏବେ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସର୍ବନିମ୍ନ ୧୦ ଏକର ଜମି ପୂରଣ ନିମନ୍ତେ କାପସି ମୌଜାରେ ଥିବା ଗ୍ରାମ୍ୟ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରିବାକୁ ସ୍ଥାନୀୟ ଯୁବଗୋଷ୍ଠୀ ଓ କ୍ରୀଡ଼ାପ୍ରେମୀମାନେ ନୂଆପଡ଼ା ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।
ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ବହୁମୁଖୀ କ୍ରୀଡ଼ା ଷ୍ଟାଡିୟମ୍ ନିର୍ମାଣ ପାଇଁ ଓଡ଼ିଶା ସରକାର ୪,୧୨୪ କୋଟି ଟଙ୍କାର ବୃହତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି, ଅନ୍ୟ ବ୍ଲକଗୁଡ଼ିକରେ ଜମି ଚିହ୍ନଟ ପ୍ରକ୍ରିୟା ସରିଥିବା ବେଳେ ସିନାପାଲିରେ ପର୍ଯ୍ୟାପ୍ତ ସରକାରୀ ଜମିର ଅଭାବ ଦର୍ଶାଇ ଏହା ବିଳମ୍ବ ହେଉଥିଲା । ଏହାର ସୁଯୋଗ ନେଇ ସିନାପାଲି ତହସିଲଦାର ଏହି ବ୍ଲକ୍ ସ୍ତରୀୟ ପ୍ରକଳ୍ପ ପାଇଁ ଏକ ବିକଳ୍ପ ସ୍ଥାନ ଭାବେ ରାଣୀମୁଣ୍ଡା ଗ୍ରାମପଞ୍ଚାୟତରେ ଜମି ଚିହ୍ନଟ କରିଥିଲେ ।  ସିନାପାଲି ହେଡକ୍ୱାର୍ଟରରେ ଖେଳିବା ପାଇଁ ଉପଯୁକ୍ତ ସ୍ଥାନ ନଥିବାରୁ, ପ୍ରକଳ୍ପକୁ ରାଣୀମୁଣ୍ଡା ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ସ୍ଥାନୀୟ ଯୁବକ ଓ କ୍ରୀଡ଼ାବିତ୍‌ମାନେ କଡ଼ା ବିରୋଧ କରିଥିଲେ । ଷ୍ଟାଡିୟମ୍ କେବଳ ସିନାପାଲି ସଦର ଅନ୍ତର୍ଗତ କାପସି ଠାରେ ହିଁ କରାଯିବାକୁ ସେମାନେ  ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ସିନାପାଲି ତହସିଲଦାରଙ୍କ ଚିଠି ସଂଖ୍ୟା ୮୪୭ ତା ୧୭.୦୩.୨୦୨୬ ଅନୁଯାୟୀ କାପସି ଓ ସରଧାପୁର ମୌଜାରେ ପ୍ରାୟ ୮ ଏକର ସରକାରୀ ଜମି ଷ୍ଟାଡିୟମ୍ ପାଇଁ ପୂର୍ବରୁ ଚିହ୍ନଟ କରାଯାଇସାରିଛି । ଏଥିରେ କାପସି ମୌଜାର ପ୍ଲଟ୍ ନଂ ୫୯୧ ଓ ୫୯୩ ରେ ୬.୩୫ ଏକର (ଆବାଦ ଯୋଗ୍ୟ ଅନାବାଦୀ ଜମି) ଏବଂ ସରଧାପୁର ମୌଜାର ପ୍ଲଟ୍ ନଂ ୨୪୫, ୨୪୬ ଓ ୨୪୭ ରେ ୧.୬୫ ଏକର (ଉନ୍ନତ ଯୋଜନା ଯୋଗ୍ୟ ଜମି) ରହିଛି । ତେବେ ଷ୍ଟାଡିୟମ୍ ନିର୍ମାଣ ନିୟମାବଳୀ ଅନୁଯାୟୀ ସର୍ବନିମ୍ନ ୧୦ ଏକର ଜମିର ଆବଶ୍ୟକତା ରହିଛି । ତେଣୁ ନିଅଣ୍ଟିଆ ଥିବା ଜମିକୁ ପୂରଣ କରିବା ପାଇଁ କାପସି ମୌଜାର ପ୍ଲଟ୍ ନଂ ୧୨୨୪ ରେ ଥିବା ୨.୩୦ ଏକର ‘ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ’ ଜମିର କିସମ ପରିବର୍ତ୍ତନ କରି ଷ୍ଟାଡିୟମ୍ ପ୍ରକଳ୍ପରେ ସାମିଲ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।ସିନାପାଲି ଭଳି ଏକ ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଅଞ୍ଚଳରେ ଏହି ଆଧୁନିକ ସ୍ପୋର୍ଟସ୍ କମ୍ପ୍ଲେକ୍ସ ସ୍ଥାପିତ ହେଲେ ଯୁବପିଢ଼ିଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ପ୍ରତିନିଧି ଦଳ ମତବ୍ୟକ୍ତ କରିଛନ୍ତି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଲିଙ୍ଗରାଜ ଘିଭେଲା, ସିନାପାଲି ସମିତି ସଭ୍ୟ ଶ୍ରୀ ମନୀଷ ପଟେଲ, ବିହାରୀଲାଲ ମଶ୍ରା, ମନୋଜ ଦାସ, ତୁଲାରାମ ନିଆଲ, ବିଷ୍ଣୁ ସା ଏବଂ ଦେବାନନ୍ଦ ସା ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026

You Might Also Like