-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଭାଲୁଡୁଙ୍ଗୁରୀ ଗ୍ରାମର କୁନ୍ତୀ ସାହୁ +୨ ବିଜ୍ଞାନ ରେ ୯୯.୫ ପ୍ରତିଶତ ନମ୍ବର ରଖି ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ପଶ୍ଚିମ ଓଡ଼ିଶା ରେ ଟପ୍ପର ହୋଇଛନ୍ତି। ସେ ସମୁଦାୟ ୬୦୦ ନମ୍ବର ରୁ ୫୯୭ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି। କୁନ୍ତୀ ସମ୍ବଲପୁର ସ୍ଥିତ ଏକ ଘରୋଇ ମହାବିଦ୍ୟାଳୟ ରେ ପଢ଼ୁଥିଲେ। ସେ ଏଥିପାଇଁ ଦୈନିକ ୧୪ରୁ ୧୫ ଘଣ୍ଟା ପରିଶ୍ରମ କରୁଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ତାଙ୍କର ଶିକ୍ଷୟିତ୍ରୀ,ଶିକ୍ଷକ, ମାଆ ବାପା ଙ୍କ ସହିତ ପରିବାର ର ଅନ୍ୟ ସଦସ୍ୟ ,ସାଙ୍ଗସାଥୀ ଙ୍କୁ ଶ୍ରେୟ ଦେଇଛନ୍ତି। ସେ ଭବିଷ୍ୟତ ରେ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି। ସାଧାରଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ କୁନ୍ତୀ ଛୋଟବେଳୁ ପଢ଼ାଶୁଣାରେ ଅତ୍ୟନ୍ତ ମେଧାବୀ ଥିଲେ। ପ୍ରତିଦିନ ନିୟମିତ ପଢ଼ା, ଶିକ୍ଷକଙ୍କ ପରାମର୍ଶ ଓ ବାପା ମାଆଙ୍କ ଉତ୍ସାହ ତାଙ୍କୁ ଏହି ସଫଳତାର ଶୀର୍ଷରେ ପହଞ୍ଚାଇଛି। ଫଳ ପ୍ରକାଶ ପରେ ଘରକୁ ଛାତ୍ରଛାତ୍ରୀ, ପଡ଼ୋଶୀ ଓ ଶୁଭେଚ୍ଛୁମାନଙ୍କ ଭିଡ଼ ଲାଗିଥିଲା। ସମସ୍ତେ ମିଠା ଖୁଆଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। କୁନ୍ତୀ ବୀରମହାରାଜପୁର ବ୍ଲକ ଅମରପାଲି ହାଇସ୍କୁଲ ରେ ପଢୁଥିବା ବେଳେ ସେ ମାଟ୍ରିକ ରେ ମଧ୍ୟ ୯୦ ପ୍ରତିଶତ ନମ୍ବର ରଖିଥିଲେ। କୁନ୍ତୀ ଙ୍କ ବାପା ଜଗଦାନନ୍ଦ ସାହୁ ଜଣେ ଚାଷୀ ହୋଇଥିବା ବେଳେ ମାଆ ଜାହ୍ନବୀ ସାହୁ ଜଣେ ଗୃହିଣୀ ଅଟନ୍ତି। ଚାରି ଭଉଣୀ ଓ ଗୋଟିଏ ଭାଇ ମଧ୍ୟରୁ କୁନ୍ତୀ ତୃତୀୟ ଝିଅ ଅଟନ୍ତି। କୁନ୍ତୀ ଙ୍କ ଏହି ସଫଳତା ରେ ବୀରମହାରାଜ ପୁର ଅଂଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି କ୍ଷ