-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଚରଦା କୃଷୀ ସେବା ସମବାୟ ସମିତି ଉଦଘlଟିତ ହୋଇ ଯାଇଛି l ସମ୍ପାଦକ ରବିନାରାୟଣ ଥନାପତି ଙ୍କ ସଭାପତିତ୍ତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୋନପୁର ଏ ଡି ଏମ୍ ଅଞ୍ଜଲିନା ପ୍ରଧାନ ଉଦ ଘାଟନ କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବେ ଚିଫ୍ ସି ଏସ ଓ ନିରଜ୍ ରଞ୍ଜନ ଦାସ, ଡି ଆର ସି ଏସ ଭବାନୀ ଶଙ୍କର ଦାସ, ଆର୍ ଏମ୍ ସି ସମ୍ପାଦକ ଅବକାଶ ବେହେରା,ସି ଏସ ଓ କେଦାରନାଥ ନାଏକ, ଏ ସି ଏସ ଓ ରେବତୀ ସିଂ ନାଏକ, ଯୋଗାଣ ଅଧିକାରୀ ପ୍ରମୋଦ ପଣ୍ଡା, ପ୍ୟାକ୍କ୍ଷସଭାପତି ଚତୁର୍ଭୁଜ ଥନାପତି, ସରପଞ୍ଚ ବୃନ୍ଦାବତୀ ନାଏକ , ଭୀମ ସେନ ସିଂଦେଓ, ଡିଓଏଲପିସି ସଭ୍ୟା ଶିବରାଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଆଜି ପ୍ରଥମ ଦିନରେ 2 ଜଣ ଚାଷୀ ଙ୍କ ଠାରୁ ଧାନ କିଣି ପାର୍ବତୀ ଓ ବ୍ରଜଭୂମୀ ମିଲ କୁ ପଠା ଯାଇଥିଲା l ଏଥିରେ ସମସ୍ତ ସମ୍ପାଦକ ଓ କର୍ମଚାରୀ ସହଯୋଗ କରିଥିଲେ l