-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): କରୋନା ମହାମାରୀରେ ସାମାଜିକ ସଚେତନତା ଓ ସେବା ଯୋଗାଇ ନିଜର ଅହରହ ସଂଗ୍ରାମ ପାଇଁ ଜିଲ୍ଲାର ଜଣେ ସରପଞ୍ଚ ଓ ଆୟୁଷ ଡାକ୍ତରଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । ଜନ କଲ୍ୟାଣ ଟ୍ରଷ୍ଟ (ବରଗଡ)ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଆଜି ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ମେଘପାଳ ପଞ୍ଚାୟତର ସ୍ୱଭାବ କବି ଗଙ୍ଗାଧର ମେହେର ପଞ୍ଚାୟତ ପାଠାଗାର କକ୍ଷରେ ଟ୍ରଷ୍ଟର ପ୍ରତିଷ୍ଟାତା ସଭାପତି ମୁକୁନ୍ଦ ଦାଶ ମେଘପାଳ ସରପଞ୍ଚ ମମତା ପ୍ରଧାନ ଓ ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଟ୍ରଷ୍ଟର ଉପଦେଷ୍ଟା କୈଳାସ ଅଗ୍ରୱାଲଙ୍କ ସହାୟତାରେ ଟ୍ରଷ୍ଟର ବରଗଡ ମହିଳା ଶାଖା ମୁଖ୍ୟ ଶ୍ୱେତା ଦୋରା, ଗାଁ ସାଥି ରାଜେନ୍ଦ୍ର ସାହୁ,ହାରାବତୀ ବେହେରା,ଲବଙ୍ଗଲତା ସାହୁ ଏହାକୁ ପରିଚାଳନା କରିଥିବା ବେଳେ ଗ୍ରାମ ରୋଜଗାର ସେବକ ପ୍ରମିତା ପ୍ରଧାନ ଓ ହୃଦାନନ୍ଦ ପ୍ରଧାନ ସମ୍ବର୍ଦ୍ଧନା ଦେଇଥିଲେ । ଶେଷରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କରୁଣାକର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ସଭାରେ ଜନସନ ଯୁଯୋ ପ୍ରମୁଖ ସ୍ଥାନୀୟ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।