-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2026
ଜଗତସିଂହପୁର(ଚିନ୍ମୟ ବିଶ୍ୱାଳ): ବର୍ତ୍ତମାନର ବଡ଼ ଓ ଦୁଃଖଦ ଖବର ସାମ୍ନାକୁ ଆସିଛି , ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ସୁକିଦା ଗ୍ରାମ ଅଧୀନ ପ୍ରକାଶ ପରିଡ଼ାଙ୍କ ଏକ ମାତ୍ର ୨୭ ବର୍ଷୀୟ ପୁଅ ସଂଗ୍ରାମ ପରିଡ଼ା । ପ୍ରକାଶ ଥାଉକି , ସଂଗ୍ରାମ ଅନ୍ୟ ୩ ଜଣ ସାଙ୍ଗ ମାନଙ୍କ ସହିତ ଦେବୀ ନଦୀକୁ ମାଛ ଧରିବା ପାଇଁ ଯାଇଥିବାବେଳେ ନଦୀ ଗର୍ଭ କୁ ଚାଲିଯାଇଥିଲେ ଅନ୍ୟ ୨ ଜଣ ସାଙ୍ଗ ପହଁ ରି କୂଳକୁ ଆସିଥିବାବେଳେ ସ୍ମୃତିରଞ୍ଜନ ପରିଡ଼ା ଓ ସଂଗ୍ରାମ ପରିଡ଼ା ନଦୀରେ ବୁଡ଼ି ଯାଇଥିଲେ । ନଦୀରେ ମାଛ ଧରୁଥିବା କିଛି ବ୍ୟକ୍ତି ସ୍ମୃତିକୁ ଉଦ୍ଧାର କରିଥିବାବେଳେ ସଂଗ୍ରାମ ନଦୀରେ ବୁଡିଯାଇଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ବାଲିକୁଦା ଅଗ୍ନିଶମ ବାହିନୀକୁ ଓ ଓଡ୍ରାଫ ଟିମ୍ କୁ ସୂଚନା ଦେଇଥିଲେ । ପ୍ରଥମେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜିବାକୁ ଚେଷ୍ଟା କରିଥିବାବେଳେ ସରଞ୍ଜାମ ନ ଥିବାରୁ ନଦୀକୁ ପଶିବାକୁ ଭୟ କରିଥିଲେ । ଏବଂ ତାପରେ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରି ନଦୀମଧ୍ୟରୁ ସଂଗ୍ରାମର ମୃତ୍ୟୁ ଶରୀର ଜବତ୍ କରିଛି । ଏହା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଦେଖିବାକୁ ମିଳିଥିଲା ।