-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2026
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )
ଜିଲ୍ଲା ଗସ୍ତରେ ଆସି ମାନ୍ୟବର ମନ୍ତ୍ରୀ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି।
ମାନ୍ୟବର ମନ୍ତ୍ରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସ୍ଥାନୀୟ ବିକାଶ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି। ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ଏବଂ ସମସ୍ତ ପ୍ରତିନିଧିଙ୍କ ସହ ଆଲୋଚନା କରି ଆଗାମୀ ଦିନରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଚାଷୀ ଓ ମଣ୍ଡି ସମସ୍ୟା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ଚଳିତ ଖରିଫ୍ ଋତୁରେ ଧାନ କିଣା ପ୍ରକ୍ରିୟା ସୁରୁଖୁରୁରେ ସରିଥିବା ବେଳେ ରବି ଋତୁ ପାଇଁ ମଧ୍ୟ ଧାନ ସଂଗ୍ରହ ଆରମ୍ଭ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଧାନ କିଣା ସରିଛି ଏବଂ ଚାଷୀଙ୍କ ଆକାଉଣ୍ଟକୁ ସେମାନଙ୍କର ପ୍ରାପ୍ୟ ଟଙ୍କା ପଠାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଚାଷୀଙ୍କ ଦାବି ମୁତାବକ ସମସ୍ତ ପର୍ଯ୍ୟାୟର ଟୋକନ ଯେପରି ଏକକାଳୀନ ଉପଲବ୍ଧ ହେବ, ସେଥିପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦୁଇ-ତିନି ଦିନ ମଧ୍ୟରେ ସମସ୍ତ ଯୋଗ୍ୟ ଚାଷୀଙ୍କ ପାଖକୁ ସେମାନଙ୍କର ଟୋକନ ଆସିଯିବ।
ସମ୍ବଲପୁର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଚଳିତ ରବି ଋତୁ ପାଇଁ ଆବଶ୍ୟକ ଥିବା ପ୍ରାୟ ୧୬ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟଧାର୍ଯ୍ୟକୁ ସରକାର ନିଶ୍ଚିତ ଭାବେ ପୂରଣ କରିବେ ବୋଲି କହିଥିଲେ। ଚାଷୀଙ୍କ ପାଇଁ ବସିବା ଚେୟାର, ପାନୀୟ ଜଳ, ଶୌଚାଳୟ ଓ ଚା'ର ବ୍ୟବସ୍ଥା କରାଯାଉଛି।ଧାନର ସଠିକ୍ ଗୁଣବତ୍ତା (Quality of Paddy) ବଜାୟ ରଖିବା ପାଇଁ 'ଆନାଲାଇଜର ମେସିନ' (Analyzer Machine) ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ), ମାନ୍ୟବର ସାଂସଦ ସମ୍ବଲପୁର ଙ୍କ ପ୍ରତିନିଧି ଶ୍ରୀ ନାଉରୀ ନାୟକଙ୍କ ସମେତ ଯୋଗାଣ ବିଭାଗ, ସମବାୟ ବିଭାଗ, ପ୍ଲାନିଂ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାପାଳ ଜିଲ୍ଲାର ସାମ୍ପ୍ରତିକ ସ୍ଥିତି ଏବଂ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ସଫଳତାର ସହ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧.୫ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇସାରିଛି। ଏହି ପ୍ରକ୍ରିୟାରେ ପ୍ରାୟ ୧୯,୦୦୦ ଚାଷୀ ପଞ୍ଜୀକୃତ ହୋଇଛନ୍ତି ଏବଂ ସମସ୍ତ ଚାଷୀଙ୍କର ଯାଞ୍ଚ (Verification) କାର୍ଯ୍ୟ ଶେଷ ହୋଇଛି।ଜିଲ୍ଲାର ୫୭ଟି ମାର୍କେଟ ୟାର୍ଡ ମାଧ୍ୟମରେ ଏହି ଧାନ ସଂଗ୍ରହ କରାଯାଉଛି। ଏଥିରେ ୪୮ ଜଣ ମିଲର ଅଂଶଗ୍ରହଣ କରିଥିବା ବେଳେ ବାମ୍ଫରା ଅଞ୍ଚଳରୁ ୨ ଜଣ ନୂଆ ମିଲର ମଧ୍ୟ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୨୫ ହଜାର ଟାର୍ଗେଟ ମିଳିଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲାରେ ମୋଟ ୩୩.୫ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି।ନୂଆ ରାସନ କାର୍ଡ ଆବେଦନ ଓ ପଞ୍ଜୀକୃତ ପ୍ରକ୍ରିୟା ପୁନର୍ବାର ଆରମ୍ଭ କରାଯାଇଥିବାରୁ ଜିଲ୍ଲାପାଳ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯେପରି ରାସନ କାର୍ଡ ପହଞ୍ଚିବ, ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଚାଲିଛି ବୋଲି ଜିଲ୍ଲାପାଳ କହିଥିଲେ।
ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ସମ୍ବଲପୁର ଗସ୍ତ