-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2026
ଭୁବନେଶ୍ବର(ସମୀର ରଞ୍ଜନ ନାୟକ): ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସାଙ୍ଗକୁ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟୁତ କାଟକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ମଧ୍ୟ ଦେଖା ଦେଇଛି । ଏହି ସମୟ ମଧ୍ୟରେ ମୁହଁ ଖୋଲିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।ଓଭରଲୋଡ୍ ଯୋଗୁଁ ପାଓ୍ବାର କଟ୍ ହେଉଥିବା କହିଛନ୍ତି ଶକ୍ତି ମନ୍ତ୍ରୀ । ଏବେ ଯେଉଁ ପରି ଭାବେ ହିଟ୍ଓ୍ଵେଭ ଚାଲିଛି, ତାହା କାହାରି ହାତରେ ନାହିଁ । ପିକ୍ ହିଟ୍ ସମୟରେ ଅଧିକ ଡିମାଣ୍ଡ ରହୁଛି, ଅଧିକ ଏସି ବ୍ୟବହାର ହେଉଛି । ଫଳରେ ଓଭରଲୋଡ୍ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ୍ ହେଉଛି । ତଥାପି ଶୀଘ୍ର ରିଷ୍ଟୋର୍ କରିବା ପାଇଁ ଆମେ ବ୍ୟବସ୍ଥା କରୁଛୁ । ଲୋକେ ଯେପରି ନିରନ୍ତର ବିଦ୍ୟୁତ ସେବା ପାଇବେ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ କେ.ଭି.ସିଂହଦେଓ ।