-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2026
କଣ୍ଟାମାଳ(ଜୟ କୁମାର ମହାରଣା): ରାକ୍ଷୀ ବାନ୍ଧିଲୁ ତୋ ରଖିବି ମାନ…ହୃଦୟସ୍ପର୍ଶୀ ଡୁଏଟ ସଙ୍ଗୀତ ରେ ଦର୍ଶକ ଭାବିବିହ୍ଵଳ ହେବା ସହ ସମଗ୍ର ମହୋତ୍ସବ ର ପରିବେଶକୁ ରୋମାଞ୍ଚକର କରିଥିଲା କଣ୍ଟାମାଳ ବ୍ଲକ ହରିଶଙ୍କର କଳା ମଣ୍ଡପ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ କଣ୍ଠଶିଳ୍ପୀ ପ୍ରଭାତ ସାହୁ ଓ ଭଉଣୀ ଅଞ୍ଜନା ଦେହୁରୀଙ୍କ ଦ୍ୱାରା ପରିବେଷିତ ସଂକୀର୍ତ୍ତନ ଧାରା ର ଡୁଏଟ ସଙ୍ଗୀତ l ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟାରେ
ଓଡ଼ିଶାର ସୁନାମଧନ୍ୟ ସଂକୀର୍ତ୍ତନ ଗାୟକ ଗାୟିକା ଙ୍କ ସୁମଧୁର ସଙ୍ଗୀତ ଓ ନୃତ୍ୟ ହଜାର ହଜାର କଳା ସଂସ୍କୃତି ପ୍ରେମୀ ଦର୍ଶକଙ୍କ ମନମୋହିଥିଲା l ମହୋତ୍ସବ କମିଟି ଆବାହକ ଦିବ୍ୟଶଙ୍କର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ସଂନ୍ଧ୍ୟା ର ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଶଙ୍କର୍ଷଣ ପ୍ରଧାନ ଯୋଗଦେଇଥିବା ବେଳେ ,୧ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ,ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡମ୍ବରୁଦ୍ଧାର କହଁର, କଣ୍ଟାମାଳ ଥାନାଧିକାରୀ ବାସୁଦେବ ଭୋଇ,ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝି,ମହୋତ୍ସବ କମିଟି ସମ୍ପାଦକ ଓମପ୍ରକାଶ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସଂକୀର୍ତ୍ତନ୍ୟ ମାଧ୍ୟମରେ ଆଧ୍ୟାତ୍ମିକ ନୃତ୍ୟ, ସଂଗୀତ ଦ୍ୱାରା କଳା ସଂସ୍କୃତି ପ୍ରେମୀ ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ଏହି ମହୋତ୍ସବ ର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସମସ୍ତ ସଂକୀର୍ତ୍ତନ କଳାକାର ଓ ଦଳକୁ ମାନପତ୍ର ଦ୍ୱାରା ସମ୍ମାନୀତ କରାଯାଇଥିଲା l ଦିବ୍ୟଶଙ୍କର ରାଉତ ସଭାକୁ ପରିଚାଳନା କରିଥିବାବେଳେ ରଞ୍ଜନ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ ଓ ଶେଷରେ ଓମପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ପରେ ଦ୍ୱିତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡ଼ିଶାର ସୁନାମାଧନ୍ୟ ଓ ଲୋକପ୍ରିୟ
କୀର୍ତନ ଗାୟିକା ଅଞ୍ଜନା ଦେହୁରୀ, ଚୁମୁକି ବେହେରା, ଗାୟକ ପ୍ରଭାତ ସାହୁ,ନରେନ୍ଦ୍ର ଧରୁଆ, ସୁନୀଲ ସେଠ୍ ଙ୍କ ଦମଦାର ରଙ୍ଗାରଙ୍ଗ ସଂକୀର୍ତ୍ତନ୍ୟ ଧାରା ଦର୍ଶକଙ୍କ ମନମୋହିଥିଲା l ସେହିପରି ରଘୁନାଥ ସଂକୀର୍ତ୍ତନ ମଣ୍ଡଳୀ ଗୋବିନ୍ଦପୁର, ବାଟିମୁଣ୍ଡା, ବଘିଆ, ବାଉଁଶୁଣୀ ଓ କଲରାକୋଠା ର ସଂକୀର୍ତ୍ତନ ମଣ୍ଡଳୀ ଉତ୍ସବରେ ଯୋଗଦେଇ କଳା ପ୍ରଦର୍ଶନ କରିଥିଲେ l ଦର୍ଶକମାନେ ସଂକୀର୍ତ୍ତନ ରେ ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ l