-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
20-May-2026
ବଲାଙ୍ଗୀର (ପ୍ରେରଣା ଖବର): ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ବଲାଙ୍ଗୀର ସହର ରମାଇ ଟକିଜ୍ ରୋଡ଼ କମ୍ଫର୍ଟ ଇନ୍ ହୋଟେଲ୍ ରୁମ୍ ନମ୍ବର୍ ୩୦୨ ରେ ଏକ ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ନାମ
ମହମ୍ମଦ ନିଶାନ(୨୬) ଓ ତାଙ୍କ ଘର ମଧ୍ୟପ୍ରଦେଶ ର ଜବଲପୁର ବୋଲି ଜଣାପଡିଛି। ଲଜ୍ ମାଲିକ ଙ୍କ ସୂଚନା ମୁତାବକ ଏହି ଯୁବକ ଜଣକ ପ୍ରତ୍ୟେକ ଦୁଇ ତିନି ମାସରେ ଥରେ ଏହି ଲଜ୍ କୁ ଆସିଥନ୍ତି ଓ ସେ କୌଣସି ଏକ କମ୍ପାନୀ ର ଏଜେଣ୍ଟ ଭାବେ କାମ କରୁଥାଇ ପାରନ୍ତି ବୋଲି କହିଛନ୍ତି। ଗତ ୪ ଦିନ ହେଲା ଏହି ଯୁବକ ଜଣକ ହୋଟେଲ ରେ ରହି ଆସୁଥିଲେ। ତେବେ କାଲି ଠାରୁ ତାଙ୍କ ରୁମ୍ ଭିତର ପଟୁ ବନ୍ଦ ରହିଥିବା ଯୋଗୁଁ ହୋଟେଲ କର୍ମଚାରୀ ମାନଙ୍କ ସନ୍ଦେହ ହୋଇଥିଲା। ବଲାଙ୍ଗିର ଟାଉନ୍ ପୋଲିସ କୁ ଖବର ଦେବା ପରେ ପୋଲିସ ଉପସ୍ଥିତିରେ ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ପଙ୍ଖାରେ କପଡା ବାନ୍ଧି ଆତ୍ମହତ୍ୟା କରି ଥିବା ଜଣାପଡିଛି। ପୋଲିସ ଟିମ୍ ପହଂଚି ଆନୁସନ୍ଧାନ ଜାରି ରଖିଥିବା ବେଳେ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ l