-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ସହରରେ ପିଇବା ପାଣି ସମସ୍ୟାକୁ ନେଇ ପ୍ରତିବାଦ

07-May-2026



ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ): ବଲାଙ୍ଗିର ସହରରେ ଦୀର୍ଘଦିନ ଧରି ଚାଲିଥିବା ପିଇବା ପାଣି ସମସ୍ୟା ପ୍ରତି ଅସନ୍ତୋଷ ପ୍ରକାଶ କରି ଆଜି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ନେତୃତ୍ୱରେ ସର୍ବଦଳୀୟ କାଉନସିଲରମାନେ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଆଗରେ ଖାଲି ମାଠିଆ ନେଇ ପ୍ରତିବାଦ କରି ଥିଲେ। ଏହି ପ୍ରତିବାଦ ସମୟରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁଦାନରେ ନିର୍ମାଣାଧୀନ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବା ଦୁଃଖଦ ଏବଂ ଏହାର କାର୍ଯ୍ୟାନ୍ବୟନରେ କେଉଁମାନେ ବାଧା ସୃଷ୍ଟି କରୁଛନ୍ତି, ତାହା ସ୍ପଷ୍ଟ କରିବାକୁ ଦାବି କରାଯାଉଛି। ଏହା ସହ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ ଅନେକ ଥର ପାନୀୟଜଳ ଯୋଗାଣ ବିଷୟରେ ସମିକ୍ଷା କରିବା ସମୟରେ କରିଦେବୁ କରିବୁ କରାଯିବ କହିକହି ଆଜି ପର୍ଯ୍ୟନ୍ତ ସମସ୍ଯାର ସମାଧାନ କରୁନାହିଁ ଜନସ୍ବାସ୍ଥ୍ଯ ବିଭାଗ ଯାହା ଫଳରେ ସାଧାରଣ ଜନତାଙ୍କ ଆକ୍ରୋଶ ଜନପ୍ରତିନିଧିଙ୍କ ଉପରେ ରହୁଛି । ନା କୌଣସି ୱାର୍ଡରେ ସିଣ୍ଟେକ୍ସ ଟାଙ୍କି ର ବ୍ଯବସ୍ଥା କରିଛନ୍ତି ନା ଗୋଟିଏ କୌଉଠି ଟିଉବୱେଲ ଖୋଳିଛନ୍ତି । କେଉଁ ସମୟରେ ପାଣି ଦିଆଯାଉଛି ତାର କିଛି ସଠିକ ସମୟ ନାହିଁ । କେଉଁ ଅଞ୍ଚଳ କୁ ଘଣ୍ଟାଏ ପାଣି ଯୋଗାଣ ତ ଆଉ କେଉଁ ଅଞ୍ଚଳ କୁ ଅଳ୍ପ ସମୟ ପାଇଁ ଜଳ ଯୋଗାଣ ହେଉଛି ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ତେଣୁ ଆଜି ବାଧ୍ଯ ବାଧକ ହୋଇ ଜନସ୍ବାସ୍ଥ୍ଯ ବିଭାଗ କାର୍ଯ୍ଯାଳୟକୁ ଆନ୍ଦୋଳନ ବା ପ୍ରତିବାଦ କରିବାକୁ ଆସିବାକୁ ପଡିଲା। ଶିଘ୍ର ଏହାର ସମାଧାନ ନହେଲେ ବଡ ଧରଣର ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । 
ବିଭିନ୍ନ ୱାର୍ଡର କାଉନସିଲର ମାନେ ମଧ୍ୟ ମତ ପ୍ରକାଶ କରିଥିଲେ ଯେ, ସହରର ବିଭିନ୍ନ ଅଞ୍ଚଳରେ ପାଇପଲାଇନ୍ ବିଛାଇ ଦିଆଯାଇଥିଲେ ମଧ୍ୟ ଅନେକ ନାଗରିକ ଏପର୍ଯ୍ୟନ୍ତ ପାଣି ସୁବିଧାରୁ ବଞ୍ଚିତ ଅଛନ୍ତି। ସେମାନେ ତୁରନ୍ତ ସମସ୍ୟାର ସମାଧାନ ଓ ନିୟମିତ ପାଣି ଯୋଗାଣ ସୁନିଶ୍ଚିତ କରିବାକୁ ଦାବି କରିଥିଲେ।
ଏହି ପରିପ୍ରେକ୍ଷିତରେ ପୌରପରିଷଦର ପ୍ରତିନିଧି ମାନେ ଜନସ୍ବାସ୍ଥ୍ୟ ବିଭାଗକୁ ଶୀଘ୍ର ପଦକ୍ଷେପ ଗ୍ରହଣ କରି ବଲାଙ୍ଗିର ସହରବାସୀଙ୍କୁ ନିୟମିତ ପିଇବା ପାଣି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଯଦି ସାତ ଦିନ ମଧ୍ଯରେ ଏହାର ସମାଧାନ ନହୁଏ ତାହେଲେ ହଜାର ହଜାର ସଂଖ୍ୟକ ଜନତାଙ୍କୁ ନେଇ ଆଗାମୀ ଦିନରେ ଜନସ୍ବାସ୍ଥ୍ଯ ବିଭାଗକୁ ଘେରାଉ କରାଯିବ । କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିଲେ ଜିଲ୍ଲା ପ୍ରଶାସନ କିମ୍ବା ସରକାର ଦାୟୀ ରହିବେ ବୋଲି କଡା ଚେତାବନୀ ଦେଇଛନ୍ତି ପୌରାଧ୍ୟକ୍ଷା । ଏହି ଅଭିନଵ ପ୍ରତିବାଦ ରେ ବଲାଙ୍ଗିର ପୌରାଧ୍ୟକ୍ଷାଙ୍କ ସମେତ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ସମେତ ବରିଷ୍ଠ କାଉନସିଲର ସମ୍ଭୁ ନାଗ , ଅରବିନ୍ଦ ପରୁଆ,  ନନ୍ଦିନୀ ପୋଢ , ସନ୍ତୋଷିନୀ କୁଅଁର,  ପିଙ୍କି କବାଟ , ସାଞ୍ଜୁଲତା ଦନ୍ତା , କିଶୋର କୁମ୍ଭାର,  ଗଙ୍ଗା ଚାନ୍ଦ,  ଶତୃଘନ ବାଗ,  ଲଲାଟେନ୍ଦୁ ପଟ୍ଟନାୟକ,  ପ୍ରତିମା ଛତ୍ରିଆ, ପ୍ରେମଲତା ନାଏକ , ସସ୍ମିତା ନନ୍ଦ , ରଜନୀ ବନଛୋରଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like