-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
07-May-2026
ବିନିକା (ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନ୍ଏସି ୱାର୍ଡ ନମ୍ବର ୧ ଡ଼ଭଲା ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ଶତାଧିକ ମହିଳାଙ୍କ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି l ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କଳସ ଶୋଭାଯାତ୍ରା ଘଣ୍ଟ, ଘଣ୍ଟି, ଦୁଲଦୁଲିର ତାଳେତାଳେ ସାଂସ୍କୃତିକ ଶୋଭାଯାତ୍ରାର ବାହାରି ବିନିକା ସିଟି ପୁଲିସ ଷ୍ଟେସନ୍ ନଦୀ ଘାଟକୁ ଯାଇଥିଲେ। ସେଠାରେ ଗଙ୍ଗାମାତାଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା ପରେ ମହିଳା ଭକ୍ତ ମାନେ ପୂର୍ଣ୍ଣ କଲସରେ ପାଣି ଆଣି ସହର ପରିକ୍ରମା କରି ନୂଆବଜାର ,କଲେଜ ଛକ୍ ଦେଇ ଡ଼ଭଲା ନାମଯଜ୍ଞ ସ୍ଥଳରେ କଳଶ ସ୍ଥାପନ କରିଥିଲ l ଏହି ନାମଯଜ୍ଞରେ ରାମପ୍ରସାଦ ମିଶ୍ର, ଧ୍ରୁବଚରଣ ପୂରହିତ, ଗଣେଶ୍ୱର ନାଏକ୍, ସର୍ଜନ ନାୟକ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବରେ ରଞ୍ଜିତ୍ ପଣ୍ଡା ଏବଂ ତାଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମିଶ୍ର ଦାୟିତ୍ୱ ତୁଲାଇ ଥିଲେ।