-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
03-May-2026
ବରପାଲି - (ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମରେ ଗତ, ୩୦ ତାରିଖରେ ବିଦ୍ୟୁତ୍ ସଂସ୍ସର୍ଶରେ ଆସି ଜଣେ ଯୁବତୀ ମୃତ ହୋଇଥିବା ଏକ ଦୁଃଖଦ ଘଟଣା ଆଜି ଘଟିଛି l ବରପାଲି ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମରେ ଗତ 30 ତାରିଖ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଗ୍ରାମରେ ପୂଜା ଅନୁଷ୍ଠିତ ହୋଇଥିଲା l ଏଥିରେ ଅନ୍ୟ ମାନଙ୍କ ସହ ଗ୍ରାମର ରେଖା ବର୍ଗର୍ତ୍ତି (୧୮) ଉକ୍ତ ପୂଜାରେ ଯୋଗଦେଇ ପ୍ରସାଦ ପାଇଁ ହାତ ଧୋଇବା ବେଳେ ଏକ ଇଲେକ୍ଟ୍ରିକ ଖୁଣ୍ଟରେ ହାତ ଦେଇ ଦେଲେ l କେମିତି କେଜାଣି ଖୁଣ୍ଟରେ ବିଦ୍ୟୁତ୍ ସରବରାହ ହେଉଥିଲା l ତାଙ୍କୁ ବରପାଲି ସରକାରୀ ଡାକ୍ତଖାନା ଆଣିବା ପରେ ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ l ଏହି ଘଟଣାଟି ସାରା ଅଞ୍ଚଳରେ ଏକ ଶୋକର ଛାୟା ଖେଳି ଯାଇଛି l