-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
03-May-2026
କଟକ(ତପନ ମହାନ୍ତି): ବାଲିଯାତ୍ରା ଉପର ପଡିଆରେ ଆଦିବାସୀ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଚଳିତ ମାସ ୨ରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହେବା ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟିକା ସୋଫିଆ ଫିରଦୋସ, ମୁଖ୍ୟବକ୍ତା ଭାବେ ମେୟର ସୁବାସ ସିଂହ, ସମ୍ମାନିତ ଅତିଥି ଭାବେ ଡେପୁଟି ମେୟର ଦମୟନ୍ତୀ ମାଝୀ, ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା, ସାମାଜିକ କର୍ମୀ ଲକ୍ଷ୍ମଣ ଗୌରୀ ପ୍ରମୁଖ ଯୋଗ ଦେଇଥିଲେ। ମହୋତ୍ସବରେ ଦେଶର ୧୨ଟି ରାଜ୍ୟ ଓ ଓଡ଼ିଶାର ୧୬ଟି ଜିଲ୍ଲାରୁ ପ୍ରତିଭାଶାଳୀ ଆଦିବାସୀ ଓ ମହିଳା ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ବସ୍ତ୍ର, ମସଲା, ହସ୍ତଶିଳ୍ପ,
ହ୍ୟାଣ୍ଡଲୁମ୍ ସାମଗ୍ରୀ ବିକ୍ରି କରାଯିବା ଏଥିରେ ୧୫୦ଟି ଷ୍ଟଲ ରହିଛି। ମହୋତ୍ସବର ପ୍ରତ୍ୟେକ ସଂଧ୍ୟାରେ ଧେମସା, ଛଉ, ଓରାଓନ୍, ଛୋନ୍ ପରି ବିଭିନ୍ନ ଆଦିବାସୀ ନୃତ୍ୟ ପରିବେଷଣ କରାଯିବ ଦେବେନ୍ଦ୍ର ପାଣିଗ୍ରାହୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ସୁଜିତ କୁମାର ରାଉତ, ଧିରେନ୍ଦ୍ର କୁମାର ପରିଡା, ଅମୀୟ କୁମାର ମହାନ୍ତି, ଚିରଂଜୀବ ନାୟକ, ପ୍ରଭାତ କୁମାର ସେଠୀ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ । ସୁଭାଶିଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |