-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-May-2026
(ଡୋଲେଶ୍ୱର ବାଗ )
* ନୂଆପଡ଼ା ଜିଲ୍ଲା ସିନାପାଲି ବରଗାଁ ପଞ୍ଚାୟତ ହାଇସ୍କୁଲ ର ପୁନମ ମେହେର ନୂଆପଡ଼ା ଜିଲ୍ଲା ର ମାଧ୍ୟମିକ ବୋର୍ଡ ପରୀକ୍ଷାରେ ସର୍ବାଧିକ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ତାଙ୍କ ବାପା କୈଳାସ ଚନ୍ଦ୍ର ମେହେର ଏବଂ ମାଁ ପାଞ୍ଚାଳୀ ମେହେର । ପଞ୍ଚାୟତ ହାଇସ୍କୁଲ ବରଗାଁ ରେ ପୁନମ ଅଧ୍ୟୟନ କରୁଥିବା ବେଳେ ଚଳିତ ମାଧ୍ୟମିକ ବୋର୍ଡ ପରୀକ୍ଷାରେ ଏ ୱାନ ଗ୍ରେସ ରେ ପାସ ହୋଇ ୫୫୦ ନମ୍ବର ରଖିଛନ୍ତି। ନିଜ ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ,ବାପା ମାଁ ଙ୍କ ପ୍ରେରଣା ପାଇଥିବା ବେଳେ ଆଜି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅଟନ୍ତି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ବିଭାଗୀୟ ମାସିକ ସମୀକ୍ଷା ବୈଠକ ସହ ପ୍ରତ୍ୟେକ ସ୍କୁଲ ରେ ସାପ୍ତାହିକ ପରୀକ୍ଷା ର ଫଳ ସ୍ୱରୂପ ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷାରେ ସଫଳତା ହାସଲ କରିଛ ବୋଲି ପ୍ରକାଶ କରିଛନ୍ତି।