-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-May-2026
ବରଗଡ଼(ତୁଳସୀ ଚରଣ ଦାଶ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ସଦ୍ଯ ତମ ପ୍ରକାଶିତ ପରୀକ୍ଷାରେ ବରଗଡ଼ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ତିନି ଜଣ ଛାତ୍ରୀ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ଯରେ ସ୍ଥାନ ପାଇଛନ୍ତି । କଳା ବିଭାଗର ଗୃହ ବିଜ୍ଞାନ ସମ୍ମାନରେ ନୁପୁର ସାହୁ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ରସାୟନ ବିଜ୍ଞାନ ସମ୍ମାନରେ ସମୀକ୍ଷା ଆଚାର୍ଯ୍ଯ ଅଷ୍ଟମ ସ୍ଥାନ ଓ ଉଦ୍ଭିଦ ବିଜ୍ଞାନ ସମ୍ମାନରେ ପ୍ରଜ୍ଞା ପରମିତା ସାହୁ ନବମ ସ୍ଥାନ ଅଧିକାର କରି ମହାବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି । ପ୍ରକାଶ ଥାଉକି ମହାବିଦ୍ୟାଳୟର ବିଭିନ୍ନ ବିଭାଗର ୫୦ଜଣ ଛାତ୍ରୀ ୮ସିଜିପିଏ ରୁ ଉର୍ଦ୍ଧ୍ବ ମାର୍କ ହାସଲ କରିଛନ୍ତି । ପ୍ରତିବର୍ଷ ଶିକ୍ଷାନୁଷ୍ଠାନର ଏହି ସଫଳତା ନିମନ୍ତେ ମହାବିଦ୍ୟାଳୟର ଅଧ୍ଯକ୍ଷା ନନ୍ଦିନୀ ନିରୋଦ ପଣ୍ଡା ଅନୁଷ୍ଠାନର ସମସ୍ତ ଅଧ୍ଯାପକ ଅଧ୍ୟାପିକା ମାନଙ୍କର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସାଧୁବାଦ ଜ୍ଞାପନ କରିଛନ୍ତି । ଆଉମଧ୍ୟ ଶ୍ରୀମତୀ ପଣ୍ଡା ଆଗାମୀ ଦିନରେ ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶ ଉନ୍ନତି ସକାଶେ ଉଭୟ ଶିକ୍ଷକ ଓ ଅଭିଭାବକ ମାନଙ୍କର ସହଯୋଗ କାମନା କରିଛନ୍ତି ।
--------×××-------+