-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||     

HOME   ଜିଲ୍ଲା

ଜାତୀୟ ପଞ୍ଚାୟତ ରାଜ ଦିବସ ରେ ସ୍ୱତଃ ମନେ ପଡନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ଆଦର୍ଶ ସରପଞ୍ଚ ସ୍ଵର୍ଗତ ଘାସିରାମ ତ୍ରିପାଠି*-

24-Apr-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ର ପୁର୍ବତନ ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷ ତଥା ଜଣେ ଲୋକ ପ୍ରିୟ ଅଣ କଂଗ୍ରେସ ନେତା ବିଜୁ ପ୍ରେମୀ ସ୍ଵର୍ଗତ ଘାସିରାମ ତ୍ରୀପାଠୀ ଙ୍କ ଗତ ୧୪-୦୯- ୨୦୧୨ ରେ ତିରୋଧାନ ଘଟିଥିଲା l ସ୍ଵର୍ଗତ ତ୍ରିପାଠି ୧୯୭୨ ରୁ ୨୦୦୭ ପର୍ଯ୍ୟନ୍ତ ଥରେ ବ୍ଲକ ଉପାଧ୍ୟକ୍ଷ , ଥରେ ସେବା ସମବାୟ ସମିତି ସଭାପତି ଓ ପାଞ୍ଚ ଥର ମୟୁରଉଡ଼ାନ ପଞ୍ଚାୟତ ରେ ସରପଞ୍ଚ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ l ଓ ଆଜୀବନ   ଅଣ କଂଗ୍ରେସ ନେତା ଭାବରେ ଏ ଅଞ୍ଚଳ ରେ ସେ ଜଣେ ବିରଳ କୃତିତ୍ୱ ର ଅଧିକାରୀ ଥିଲେ l ଅବିଭକ୍ତ ବଲାଙ୍ଗିର ଜିଲ୍ଲା ର ତଦାନନ୍ତିନ ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ, ଡ଼. ହରେକୃଷ୍ଣ ମହତାବ ଓ ସ୍ଵର୍ଗତ ବିଜୁ ପଟ୍ଟନାୟକ ଙ୍କ ପରି ଯଶସ୍ୱୀ ମୁଖ୍ୟ ମନ୍ତ୍ରୀ ମାନଙ୍କ ସହ ନିର୍ବାଚନୀ ପ୍ରଚାର ଓ ପଦଯାତ୍ରା ରେ ସାମିଲ ହୋଇ ଲୋକ ଙ୍କ ଆସ୍ଥା ଜିଣିବାର ସାମର୍ଥ୍ୟ ରଖି କେବେ ବି ପ୍ରଲୋଭନ ର ଶିକାର ନ ହେବା ଦଳ ବଦଳ ନ କରିବା ଓ ସେ ସମୟରେ ସୋନପୁର ବ୍ଲକ ରାଜନୀତି ରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ତାଙ୍କର ଏକ ସ୍ୱାଭିମାନ, ଦକ୍ଷତା  ଓ ନିସ୍ୱାର୍ଥପରତା ର ପ୍ରମାଣ ମିଳେ l ସମ୍ପ୍ରତି ରାଜନୀତି ରେ ପ୍ରଲୋଭନ ଓ କ୍ଷମତା ଲିପ୍ସୁ ନେତା ମାନେ ବାରମ୍ବାର ଦଳ ବଦଳ କରି ନିଜ ର ବ୍ୟକ୍ତି ଗତ ସ୍ବାର୍ଥ କୁ ଗୁରୁତ୍ୱ ଦେଉଥିବା ବେଳେ ଜନ ସଂପର୍କ କୁ ଅଗ୍ରାଧିକାର ଦେଇ ନିଜ ବ୍ୟକ୍ତିତ୍ୱ କୁ ନିର୍ମଳ ରଖିବା ରାଜନେତା ଶ୍ରୀ ତ୍ରିପାଠି ଅନ୍ୟ ମାନଙ୍କ ପାଇଁ ଉଦାହରଣ l ୨୦୦୧ ମସିହା ରେ ରାଜ୍ୟ ର ଶ୍ରେଷ୍ଠ ପଞ୍ଚାୟତ ଶ୍ରେଷ୍ଠ ସରପଞ୍ଚ ଭାବେ ସରକାର ଙ୍କ ଦ୍ୱାରା ସମ୍ମାନିତ ହେବାର କୃତି ଶ୍ରୀ ତ୍ରିପାଠି  ଙ୍କ ଚରିତ୍ର କୁ ଆହୁରି ଅମ୍ଳାନ କରିଛି l ସାଇକେଲ ରେ ଯାତ୍ରା କରି ଗ୍ରାମ ପଞ୍ଚାୟତ ର ୩୩ ଟି ଗ୍ରାମ ର ଲୋକ ଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ଲୋକ ଙ୍କ ଆସ୍ଥାଭାଜନ ହେବା ମଧ୍ୟ ଏହା ଆଉ ଏକ ବିରଳ ଉଦାହରଣ l ଶ୍ରୀ ତ୍ରିପାଠି ସ୍ବାଧୀନତା ପରବର୍ତ୍ତୀ ସମୟରେ ଗଣତନ୍ତ୍ର ପରିଷଦ, ସ୍ୱତନ୍ତ୍ର ପାର୍ଟି, ଭରତୀୟ ଲୋକ ଦଳ, ଜନତା ଦଳ ଓ ପରେ ପରେ ବିଜୁ ଜନତା ଦଳ ରେ ସାମିଲ୍ ହୋଇ ନିଷ୍ଠା, ନିର୍ଭୀକ ଓ ସ୍ୱାଭିମାନ ର ସହ କାର୍ଯ୍ଯ କରି ଆସିଛନ୍ତି l ଶ୍ରୀ ତ୍ରିପାଠି ଙ୍କ ଦେହାନ୍ତ ପରେ ଦ୍ୱାଦଶାହ କାର୍ଯ୍ଯ ରେ ସ୍ଥାନୀୟ ଶ୍ରୀ ଗୋପାଳ ଜି ମନ୍ଦିର ରେ ଅନୁଷ୍ଟିତ ଏକ ଶୋକ ସଭାରେ ପୁର୍ବତନ ସାଂସଦ ଶରତ ପଟ୍ଟନାୟକ , ପୁର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା, ଅଚ୍ୟୁତ ବିଶ୍ୱାଳ ଙ୍କ ସମେତ ଅନେକ ସରପଞ୍ଚ ଅଧ୍ୟକ୍ଷ ଓ ନେତା ସାମିଲ ହୋଇ ଥିବା ବେଳେ ବରିଷ୍ଠ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଦୀପ କୁମାର ଅମାତ, ପ୍ରାକ୍ତନ ଜିଲ୍ଲାପାଳ ଡଃ ପ୍ରଫୁଲ୍ଲ ଚାଉଳିଆ, ଫୋନ୍ ଯୋଗେ ସମବେଦନା ଜଣାଇଥିଲେ l ଦ୍ୱାଦଶାହ କାର୍ଯ୍ଯ ପରେ ପରେ ସୁବର୍ଣ୍ଣପୁର ଗସ୍ତ ରେ ଆସିଥିବା ସେ ସମୟର କ୍ଷମତାଶାଳୀ ପ୍ରଭାବଶାଳୀ  କ୍ୟାବିନେଟ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଡାଃ ଦାମୋଦର ରାଉତ, ମନ୍ତ୍ରୀ ରମେଶ ମାଝୀ, ପଦ୍ମନାଭ ବେହେରା, ଓ ସାଂସଦ କଳିକେଶ ନାରାୟଣ ସିଂହଦେଓ ସ୍ଵର୍ଗତ ତ୍ରିପାଠି ଙ୍କ ପରିବାର କୁ ପହଞ୍ଚି ତାଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ଓ "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଶୋକ ବାର୍ତ୍ତା ପତ୍ର ପହଞ୍ଚିବା ବିଷୟ" ମଧ୍ୟ ଶ୍ରୀ ତ୍ରିପାଠି ଙ୍କ ନୀତି ନିଷ୍ଠା ସରଳତା ନମ୍ରତା ଉତ୍ସର୍ଗୀକୃତ ସେବା ଲୋକ ପ୍ରିୟତା ର ଆଉ ଏକ ଅନନ୍ୟ ଉଦାହରଣ ଅଟେ l ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ଏହି ପରି କର୍ମ ଯୋଗୀ ସଚ୍ଚୋଟ ତଥା ଜନପ୍ରିୟ ନେତା ଙ୍କ ଠାରୁ ବର୍ତ୍ତମାନ ର ଯୁବ ସମାଜ ଶିକ୍ଷା ଗ୍ରହଣ କରି ଲୋକ ଙ୍କ ସମସ୍ୟା କୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି l ଓ ଆଜିର ଏଇ ପବିତ୍ର ଦିଵସ ରେ ସ୍ଵର୍ଗତ ଶ୍ରୀ ତ୍ରିପାଠି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଲେ ପଞ୍ଚାୟତ ରାଜ ଦିବସ ର ସଫଳତା ହେଵ ନିଶ୍ଚିତ l


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026

You Might Also Like