-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
16-Apr-2026
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁରରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ । କଳା ରଙ୍ଗ ର ସ୍କୋର୍ପିଓ, ଦୁଇଟି ମୋବାଇଲ ସହ ୨ ଜଣକୁ ଗିରଫ କରିଛି ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ଏସପି ନାରାୟଣ ନାୟକ। ଗତକାଲି ରାତି ସୋନପୁର ଥାନା ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ସହର ଭିତରେ ସନ୍ଦେହଜନକ ଭାବରେ ଏକ କଳା ରଙ୍ଗର ସ୍କୋର୍ପିଓ ଦେଖିଥିଲେ ଯାହାର ପଞ୍ଜିକୃତ ନମ୍ବର OD34 Z 1919 ଗାଡିକୁ ଏସ୍ଆଇ ଅନିଲ ବେହେରା ଓ ଟିମ୍ ଅଟକାଇଥିଲେ । ସେହି ଗାଡି ଯାଞ୍ଚ କରିବା ସମୟରେ ପୋଲିସ ଟିମ ଯାଜପୁର ଜିଲ୍ଲା ଜଖପୁର ଗ୍ରାମ ର ଅଭିଳାଷ ପୁରୁଷୋତ୍ତମ ଶତପଥୀ (୨୧) ଏବଂ ନୟାଗଡ଼ ଜିଲ୍ଲା ଖନପା ଥାନା ମର୍ଦ୍ଦରାଜପୁର ଗ୍ରାମର ପ୍ରଶାନ୍ତ ଦାସ(୩୪)ଙ୍କ ନିକଟରେ ଥିବା ଗୋଟିଏ ନୀଳ ରଙ୍ଗର କ୍ୟାରି ବ୍ୟାଗ ପାଇଥିଲେ । ଉକ୍ତ ବ୍ୟାଗକୁ ଖୋଲି ଦେଖିବାରୁ ସେହି କ୍ୟାରି ବ୍ୟାଗରୁ ୧୬୯୫ ଗୋଟି ୫୦୦ ଟଙ୍କିଆ ନୋଟ ସମୁଦାୟ ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କା ମିଳିଥିଲା ତାକୁ ଯାଞ୍ଚ୍ କରିବାରୁ ସମସ୍ତ ନୋଟ୍ ନକଲି ବୋଲି ଜଣାପଡିଥିଲା । ତାକୁ ଜବତ କରାଯିବା ସହ ଦୁଇ ଯୁବକ ଙ୍କୁ ଥାନା କୁ ଆଣି ପଚରାଉଚରା ସମୟରେ ଉପରୋକ୍ତ ବ୍ୟକ୍ତିମାନେ ପ୍ରକାଶ କରିଥିଲେ ଯେ ସେମାନେ ବରଗଡ଼ ଜିଲ୍ଲାରୁ ଏହା ସଂଗ୍ରହ କରି ସୁବର୍ଣ୍ଣପୁର ଜିଲ୍ଲା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ନକଲି ନୋଟ କୁ ଚାଲାଣ କରୁଥିଲେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ସୋନପୁର ଥାନାରେ ଏକ ମାମଲା Case No.126 Dt.14.04.2026 U/s- 178/179/180/61(2) BNS ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ଏସପି ନାରାୟଣ ନାୟକ କହିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ଏସପି ଶ୍ରୀ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ. କେ. ହରିପ୍ରସାଦ ଓ ଏସଆଇ ଅନିଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।