-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2026
ଲୋଇସିଂହା, (ବିନୋଦ ଦୀପ) ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ଠାରେ ମହାଆଡମ୍ବର ରେ ମହାବୀର ହନୁମାନ ଜୟନ୍ତୀ ଓ ବିଷ୍ଣୁବ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି ! ଲୋଇସିଂହା ରାମ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବସ ଷ୍ଟାଣ୍ଡ ଦେଇ ନୂଆପଡା ବସ୍ତି ପର୍ଯ୍ୟନ୍ତ ଯାଇଥିଲେ l ଏହି ଶୋଭାଯାତ୍ରା ରେ ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ଲୋଇସିଂହା ବିଧାୟକ ଙ୍କ ପ୍ରତିନିଧି ଗୌରାଙ୍ଗ ନାଏକ, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ବୁର୍ଡ଼l ସରପଞ୍ଚ ସୁଦିପ ସା, ଭୁତନାଥ ନାଏକ, ରବୀନ୍ଦ୍ର ପୁଟେଲ, ବାହାଦୁର ନନ୍ଦ, ଆନନ୍ଦ ହୋତା, ଶଙ୍କର ସାହୁ, ରାଜୁ ସାହୁ, ସୋମନାଥ ପଧାନ ସମେତ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ l