-+91-9937148622 |
prerana_bgr@rediffmail.com |
Friday 10th April 2026 |
R.N.I. Regd No. ODIODI/2010/46693
Breaking News
06-Apr-2026
- ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ବୀର ମହାରାଜ ପୁର ବିଧାୟକ ତଥା ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗ ଦଲା ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରସାଶନ ପକ୍ଷରୁ ଭବ୍ୟ ସମ୍ବର୍ଧନା ଜ୍ଞାପନ କରାଯାଇଛି l ଜିଲ୍ଲାପାଳ ଓ ଏସପି ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ପରେ ପରେ ସୋନପୁର ବ୍ଲକ ସଭା ଗୃହ ଠାରେ ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ସ୍ୱାଗତ ଭାଷଣ ରେ ସୁବର୍ଣ୍ଣପୁର ସହର ତଥା ଜିଲ୍ଲା ର ବିକାଶ କାର୍ଯ୍ଯ ରେ ଜିଲ୍ଲା ପ୍ରସାଶନ ର ସମସ୍ତ ଵିଭାଗ ପୂର୍ଣ୍ଣ ସହଯୋଗ ଓ ସମ୍ମନ୍ୱୟ ରଖି କାର୍ଯ୍ଯ କରିବ ବୋଲି କହିଥିଲେ l ପରେ ପରେ ଜିଲ୍ଲାପାଳ ଡ଼. ସାହୁ, ଏସପି ଶ୍ରୀ ନାରାୟଣ ନାଏକ ଈଂ ଶ୍ରୀ ଜଗଦଲା ଙ୍କୁ ଫୁଲ ତୋଡା ଉପ ଢ଼ୌକନ ପ୍ରଦାନ କରି ସମ୍ବର୍ଧନା ଜ୍ଞାପନ କରିଥିବା ବେଳେ ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ ମେହେର ଧନ୍ଯବାଦ ଅର୍ପଣ କରିଥିଲେ l ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଈଂ ଶ୍ରୀ ଜଗଦଲା ଏ ଗୁରୁ ଦାୟିତ୍ବ ଲାଗି ଓଡ଼ିଶା ସରକାର ଙ୍କୁ ପ୍ରଥମେ ଧନ୍ଯବାଦ ଅର୍ପଣ କରିଥିଲେ l ଜିଲ୍ଲା ପ୍ରଶାସନ ର ଉତ୍ସାହ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ ଆପଣ ମାନଙ୍କ ମିଳିତ ସହଯୋଗରେ ଜିଲ୍ଲା ର ଦୃତ ବିକାଶ ହେବ ବୋଲି ଜିଲ୍ଲାବାସୀ ଙ୍କ ଉଦ୍ଦେଶ୍ୟରେ କହିଥିଲେ l ଜିଲ୍ଲା ର ଅଧୁରା କାର୍ଯ୍ଯ କୁ ଶୀଘ୍ର ପୂରା କରିବା କୁ ଓ କୃଷି, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଶିକ୍ଷା ଓ ଗମନାଗମନ ର ବିକାଶ ଓ ସାମୁହିକ ବିକାଶ ଲାଗି ମୁଁ ସବୁବେଳେ ବିଧାନ ସଭା ରେ ସ୍ୱର ଉତ୍ତୋଳନ କରି ଆସୁଛି ବୋଲି କହିଥିଲେ l ନୂଆଁ ସରକାର ରେ ଅର୍ଥ ର ଅଭାବ ନାହିଁ, ୨୦୩୬ ସୁଦ୍ଧା ଓଡ଼ିଶା ବିକଶିତ ହେବ ଓ ଟିମ ୱାର୍କ ରେ ବିକଶିତ ଓଡ଼ିଶା ଗଠନ ସମ୍ଭବ ବୋଲି ମତ ରଖି ଜିଲ୍ଲା ର ଅଧୁରା କାର୍ଯ୍ଯ କୁ ପୂରା କରିବା, ବିଭିନ୍ନ ସମସ୍ୟା ସମାଧାନ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ଯ ଲାଗି ଏ ପଦବୀ ଏ ଗୁରୁ ଦାୟିତ୍ୱ ମୋ ପାଇଁ ଏବେ ଏକ ଚ୍ୟାଲେଞ୍ଜ ହୋଇଛି ବୋଲି ଈଂ ଶ୍ରୀ ଜଗଦଲା ସମ୍ବର୍ଧନା ସଭା ରେ କହିଥିଲେ l