-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ    (25-Jun-2026)       ||      ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   (25-Jun-2026)       ||      ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   (25-Jun-2026)       ||      ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ    (25-Jun-2026)       ||      ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   (25-Jun-2026)       ||      ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   (25-Jun-2026)       ||      ୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ    (25-Jun-2026)       ||      ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ   (25-Jun-2026)       ||      ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର    (25-Jun-2026)       ||      ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   (25-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   (25-Jun-2026)       ||      କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର    (25-Jun-2026)       ||      ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ    (25-Jun-2026)       ||      ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||     

HOME   ଜିଲ୍ଲା

ସାବିତ୍ରୀ ବାଇ ଓ ଜ୍ୟୋତିରାଓ ଫୁଲେଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ କଲା ପଶ୍ଚିମ ଓଡିଶା ମହିଳା ସଂଗଠନ

05-Apr-2026



ସାବିତ୍ରୀବାଇ ଏବଂ ଜ୍ୟୋତିରାଓ ଫୁଲେ ନାରୀ ଶିକ୍ଷାରମୁଳଦୁଆ ପକାଇଥିଲେ -ନରସିଂହ

ବଲାଙ୍ଗିର(ପ୍ରେରଣା ଖବର): ଯେତେବେଳେ ଦେଶ ସାମାଜିକ ବ୍ୟବସ୍ଥାରେ ଝିଅମାନଙ୍କ ପାଠ ପଢିବା ପ୍ରାୟତଃ ନିଷେଧ ଥିଲା ସେ ସମୟରେ  ମାତା ସାବିତ୍ରୀ ବାଇ ଫୁଲେ ଏବଂ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ମିଳିତ ଉଦ୍ୟମରେ ନାରୀ ଶିକ୍ଷା ପ୍ରଚାର ଓ ପ୍ରସାର ପାଇଁ ବିଜ ଅଙ୍କୁରିତ ହୋଇଥିଲା । ଅନେକ ପ୍ରକାର ବାଧାବିଘ୍ନ ସତ୍ୱେ ଦୃଢମନା ସାବିତ୍ରୀ ବାଇ ଫୁଲେ ତାଙ୍କ ଇଚ୍ଛା ଶକ୍ତି ଓ ତାଙ୍କ ସ୍ୱାମୀଙ୍କ ପ୍ରେରଣା ପାଇ ସେ ଦେଶରେ ମହିଳାମାନଙ୍କ ଶିକ୍ଷା ଗ୍ରହଣ ରେ ଯେପରି ଅନୁକୂଳ ପରିବେଶ ସୃଷ୍ଟି ହେବ ସେ ଦିଗରେ ପାଦ ବଢାଇଥିଲେ । ୧୮୪୮ ମସିହାରେ ପ୍ରଥମ ବାଳିକା ବିଦ୍ୟାଳୟ ଖୋଳିବା ତାଙ୍କର ଏକ ଐତିହାସିକ ମାଇଲଖୁଣ୍ଟ ଥିଲା । ଆଜି ଯେତେବେଳେ ଆମେମାନେ ନାରୀ ସଶକ୍ତିକରଣ କଥା କହୁଛୁଁ , ପରାଧିନ ଭାରତରେ ମାତା ସାବିତ୍ରୀବାଇ ନାରୀଙ୍କ ଶିକ୍ଷା, ନାରୀ ଅଧିକାର ର କଥା କହି ସାରା ଦେଶର ଆଖି ଖୋଲିଦେଇଥିଲେ । ତେଣୁ ଆମେ ନିଶ୍ଚିତ ଭାବରେ ମାନିବାକୁ ପଡିବ ଯେ ମାତା ସାବିତ୍ରୀବାଇ ଫୁଲେ ହେଉଛନ୍ତି ନାରୀ ଶିକ୍ଷା ପ୍ରଚାରର ପ୍ରଥମ କର୍ଣ୍ଣଧାର ବୋଲି ଆଜି ପଶ୍ଚିମ ଓଡିଶା ମହିଳା ସଂଗଠନ ଦ୍ୱାରା ଆୟୋଜିତ ମାତା ସାବିତ୍ରୀ ବାଇ ଫୁଲେ ଏବଂ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଯୁଗଳ ପୂର୍ଣ୍ଣଅବୟବ ପ୍ରତିମୁର୍ତ୍ତି ଅନାବରଣ ପରବର୍ତ୍ତି ସଭାରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ ନିଜ ବକ୍ତବ୍ୟରେ କହିଛନ୍ତି । ପଶ୍ଚିମ ଓଡିଶା ମହିଳା ସଂଗଠନର ସଭାନେତ୍ରୀ ସବିତା ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ମିଶ୍ର ଏହା ମଧ୍ୟ କହିଛନ୍ତି ଯେ ସମ୍ବିଧାନ ଦ୍ୱାରା ପ୍ରଦତ୍ତ , ଜିବନ ଜିଇଁବାର ଅଧିକାର, ସମାନତାର ଅଧିକାର, ଶିକ୍ଷା ଅଧିକାର କୁ ଆଜିର ସରକାରମାନେ ପଦାଘାତ କରୁଛନ୍ତି । ସରକାରୀ ସ୍କୁଲମାନଙ୍କରେ ଶିକ୍ଷା ବ୍ୟବସ୍ଥାକୁ ଜାଣିଶୁଣି ହୁଗୁଳା କରିଦିଆଯାଉଛି । ଶିକ୍ଷାର ଘରୋଇକରଣ ଯୋଗୁଁ  ଆଜି ସମାଜର ଦଳିତ, ନିସ୍ପେଷିତ, ଗରୀବ, ଖଟିଖିଆ, ଉତ୍ତମ ଶିକ୍ଷା ଆହରଣ କରିପାରୁନାହିଁ । ଦେଶର ସମ୍ପତ୍ତି କୁ ସୁଷମ ବଣ୍ଟନ କରିବା ପରିବର୍ତ୍ତେ ଧନି ଆହୁରି ଧନି ହେଉଛି ଓ ଗରିବ ଗରିବ ହୋଇଚାଲିଛି । ତେଣୁ ଏ ସବୁକୁ ବନ୍ଦ କରିବାକୁ ପଡିବ  ବୋଲି ଶ୍ରୀ ମିଶ୍ର କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଏ ଅଂଚଳରେ ଯେତେବେଳେ ଗଣତନ୍ତ୍ର ଥିଲା ଦୁଇ ଦୁଇଟି ବିଶ୍ୱ ବିଦ୍ୟାଳୟ ଥିଲା, ଏହି ସମୟରେ ଶିକ୍ଷା କ୍ଷେତ୍ରରେ ଏ ଅଂଚଳରେ ବିଶେଷ ଉନ୍ନତି ହୋଇଥିଲା । ପରିବର୍ତ୍ତି ସମୟରେ ରାଜତନ୍ତ୍ର ଆସିବା ଯୋଗୁଁ ପୁଣି ଶିକ୍ଷା ଗ୍ରହଣ ହେଉ କି ଶିକ୍ଷା ଦାନ କ୍ଷେତ୍ରରେ ଅଧୋଗତି ହୋଇଥିଲା ବୋଲି ଶ୍ରୀ ମିଶ୍ର କହିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇ କହିଥିଲେ ଆଜିର ନାରୀ ସମାଜ ମାତା ସାବିତ୍ରୀବାଇ ଫୁଲେ ଏବଂ ତାଙ୍କୁ ପ୍ରେରଣା ଯୋଗାଇ ଥିବା ତାଙ୍କ ସ୍ୱାମୀ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ନାରୀ ଶିକ୍ଷାର ପ୍ରସାର ପ୍ରତି ଥିବା ତ୍ୟାଗ, ପରିଶ୍ରମ ଓ ନିଷ୍ଠାରୁ କିଛି ଶିକ୍ଷା କରିବା ଦରକାର । ପ୍ରତିକୂଳ ପରିସ୍ଥିତି ସତ୍ୱେ ଏହି ମହାନ ଦମ୍ପତ୍ତି ୧୫୦ ବର୍ଷ ପୁର୍ବରେ ଅନେକ ଗୁଡିଏ ବିଦ୍ୟାଳୟ ସ୍ଥାପନ କରିପାରିଥିଲେ । ତେଣୁ ଆଜିର ସମାଜ ବିଶେଷ କରି ପଶ୍ଚିମ ଓଡିଶା ମହିଳା ସଂଗଠନ ସେହି ପରଂପରାକୁ ଆଗେଇ ନେବା ପାଇଁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାମିଲ କରି

ନାରୀ ସଶକ୍ତିକରଣ ଓ ଶିକ୍ଷା ଦିଗରେ କାମ କରି ନିଜକୁ ପ୍ରମାଣିତ କରିବା ଦରକାର ବୋଲି କହିଥିଲେ । ପ୍ରତିମୁର୍ତ୍ତି ଉନ୍ମୋଚନ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ,  ବଲାଙ୍ଗିର ସାଂସଦ ପ୍ରତିନିଧି ଦିନେଶ ଶର୍ମା,ଆଦିବାସୀ ନେତା ସତ୍ୟନାରାୟଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏ ଅବସରରେ ସାମାଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସଂଗଠନ ତରଫରୁ ସତ୍ୟାନନ୍ଦ ସୁନା, ଜ୍ୟୋତିଷ ମୁଗ୍ରୀ, ସୀତାରାମ କୁମ୍ଭାର, ଯାଜ୍ଞସିନୀ ଦୀପ, ସୀମା ଗଡତ୍ୟା, ପ୍ରେମଶିଳା ସାହୁ, ଅମ୍ବିକା କୁମ୍ଭାର, ବାବାସାହେବ ଆମ୍ବେଦକର କ୍ଲବ, ମଳମୁଣ୍ଡା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ସୂର୍ଯ୍ୟ ସୁନା ପ୍ରମୁଖଙ୍କୁ ଉପୟନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ସାମାଜିକ ସଂଗଠିକା ଲିଲି ପଟେଲ ଏବଂ ଆମ୍ବେଦକରବାଦୀ ତରଣୀସେନ ଦୀପ ସଂଯୋଜନା କରିଥିବା ବେଳେ ସଂଗଠନର ଉପସଭାନେତ୍ରୀ ସବିତା ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ   25-Jun-2026
  ଜିଲ୍ଲା  
ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   25-Jun-2026
  ଜିଲ୍ଲା  
ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   25-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   25-Jun-2026
  ଜିଲ୍ଲା  
ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   25-Jun-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   25-Jun-2026
  ରାଜ୍ୟ  
ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   25-Jun-2026

You Might Also Like