-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ    (25-Jun-2026)       ||      ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   (25-Jun-2026)       ||      ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   (25-Jun-2026)       ||      ୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ    (25-Jun-2026)       ||      ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ   (25-Jun-2026)       ||      ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର    (25-Jun-2026)       ||      ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   (25-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   (25-Jun-2026)       ||      କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର    (25-Jun-2026)       ||      ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ    (25-Jun-2026)       ||      ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||      ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ    (24-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ    (24-Jun-2026)       ||      ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   (24-Jun-2026)       ||      ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   (24-Jun-2026)       ||      ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   (24-Jun-2026)       ||      ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   (24-Jun-2026)       ||     

HOME   ଜିଲ୍ଲା

୨୦୨୬ ସୁଦ୍ଧା ଶେଷ ହେବ ସୁବର୍ଣ୍ଣପୁରର ଜିଲ୍ଲାର ହାଇଟେକ ସର୍ଭେ ଓ ବନ୍ଦୋବସ୍ତ:- ରାଜସ୍ୱ ମନ୍ତ୍ରୀ

05-Apr-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଦୀର୍ଘଦିନ ହେବ ସୁବର୍ଣ୍ଣପୁର ଜିଲ୍ଲାବାସୀ ଚାହିଁ ରହିଥିବା ଅପେକ୍ଷାର ହେବ ଅନ୍ତ । ସୁବର୍ଣ୍ଣପୁର ଜିଲ୍ଲାର ୯୮୯ଟି ଗ୍ରାମ ମଧ୍ୟରୁ ୬୦୮ ଗ୍ରାମର ହାଇଟେକ ସର୍ଭେ ଏବଂ ସେଟେଲମେଣ୍ଟ ପ୍ରକ୍ରିୟା ଶେଷ ହୋଇଛି । ୨୦୨୬ ନଭେମ୍ବର ସୁଦ୍ଧା ସମାପ୍ତ ହେବ ଜିଲ୍ଲାର ହାଇଟେକ ସର୍ଭେ ଓ ବନ୍ଦୋବସ୍ତ । ହାଇଟେକ ସର୍ଭେ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ସର୍ଭେ ଏବଂ ସେଟେଲମେଣ୍ଟ ଶେଷ ହୋଇଥିବା ଗାଁର ପଟ୍ଟା ପ୍ରସ୍ତୁତ କରି ଭୂଲେଖରେ ଅପଲୋଡ ସହ ପଟ୍ଟା ବଣ୍ଟନ କାର୍ଯ୍ୟ ତିନିଟି ପର୍ଯ୍ୟାୟରେ ୪୫ ଦିନ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି ।
ଲୋକସେବା ଭବନରେ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ ସର୍ଭେ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନ ଅପେକ୍ଷାର ଅନ୍ତ ସହ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ ସର୍ଭେ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ରାଜସ୍ୱ ମନ୍ତ୍ରୀ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ୯୮୯ଟି ଗ୍ରାମ ମଧ୍ୟରୁ ୬୦୮ ଗ୍ରାମର ହାଇଟେକ ସର୍ଭେ ଏବଂ ସେଟେଲମେଣ୍ଟ ପ୍ରକ୍ରିୟା ଇତିମଧ୍ୟରେ ସମାପ୍ତ ହୋଇଛି । ଏହିସବୁ ଗ୍ରାମ ଗୁଡ଼ିକର ପଟ୍ଟା ପ୍ରସ୍ତୁତ ହେବ । ଭୂଲେଖରେ ଅପଲୋଡ୍ ହେବ । ଏହାସହ ଜନସାଧାରଣଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟ ହେବ । ତିନିଟି ପର୍ଯ୍ୟାୟରେ ୪୫ ଦିନ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ନିଆଯାଇଛି l ବାକିଥିବା ଗ୍ରାମମାନଙ୍କର ସର୍ଭେ ଓ ବନ୍ଦୋବସ୍ତ କାର୍ଯ୍ୟ ୬ ମାସ ମଧ୍ୟରେ ସରିବ । ଏହା ସହ ଭୂଲେଖରେ ଅପଲୋଡ୍ ଓ ମ୍ୟାପ୍ ପ୍ରକାଶ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ନଭେମ୍ବର ମାସ ସୁଦ୍ଧା ହାଇଟେକ୍ ସର୍ଭେ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମର ଜମିପଟ୍ଟା ସହ ମ୍ୟାପ ପ୍ରକାଶ ପାଇବ । ଏହା ଦ୍ଵାରା ସୁବର୍ଣ୍ଣପୁର ଜିଲ୍ଲାର ଜନସାଧାରଣ ବିଭିନ୍ନ ରାଜସ୍ୱ ସେବା ସହଜରେ ପାଇବା ସହ ଉପକୃତ ହେବେ । ବନ୍ଦୋବସ୍ତ ସରିଥିବା ଓ ବକେୟା ଥିବା ସମସ୍ତ ଗ୍ରାମର ସାବକ ଜମି ଏବଂ ହାଲ ଜମିକୁ ପୁନର୍ବାର ସଠିକ ଭାବେ ଯାଞ୍ଚ କରି ପ୍ରକ୍ରିୟା ସରିଥିବା ଏବଂ ହେବାକୁ ଥିବା ଜମିଜମାକୁ ନିର୍ଭୁଲ ଭାବେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ଅଧୀନରେ ଥିବା ସରକାରୀ ଜମିସ୍ୱତ୍ବ ଓ ଦେବୋତ୍ତର ଜମିସ୍ଵତ୍ବ ସୁରକ୍ଷାକୁ ନିଶ୍ଚିତ କରିବା ସହ କୌଣସି ବି ପରିସ୍ଥିତିରେ ଚଞ୍ଚକତା କରି ଏସବୁ ଜମି ଉପରେ କେହି ଅନ୍ୟାୟ ଅକ୍ତିଆର କରିପାରିବେ ନାହିଁ ବୋଲି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଜନସାଧାରଣଙ୍କ ପକ୍ଷରୁ ପ୍ରକାଶିତ ଜମିପଟ୍ଟା ସମ୍ପର୍କିତ କୌଣସି ଆପତ୍ତି ଥିଲେ କ୍ଷେତ୍ର ପରିଦର୍ଶନ ସହ ତାହାର ଯାଞ୍ଚ କରାଯାଇ ସଠିକ, ସମୁଚିତ ଏବଂ ସମ୍ବେଦନଶୀଳ ଭାବେ ତାହାର ସର୍ଭେ ଏବଂ ବନ୍ଦୋବସ୍ତ କାର୍ଯ୍ୟ ସମାପନ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଏହି ହାଇଟେକ ସର୍ଭେ ଓ ବନ୍ଦୋବସ୍ତ କାର୍ଯ୍ୟକୁ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଅଧିକ ଡେପୁଟି କଲେକ୍ଟରଙ୍କୁ ସ୍ୱତନ୍ତ୍ର ଦାୟିତ୍ଵ ସହ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି । ଜମିଜମା ରେକର୍ଡ ଏବଂ ସର୍ଭେର ନିର୍ଦ୍ଦେଶକ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ଏହି ହାଇଟେକ୍ ସର୍ଭେ ପ୍ରକିୟାକୁ ତ୍ଵରାନ୍ଵିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ଜମିଜମା ରେକର୍ଡ ଏବଂ ସର୍ଭେର ନିର୍ଦ୍ଦେଶକ ନିଗମାନନ୍ଦ ପଣ୍ଡା, ସୁବର୍ଣ୍ଣପୁର ଜିଲ୍ଲପାଳ ଡ. ନୃପରାଜ ସାହୁ ଏବଂ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   25-Jun-2026
  ରାଜ୍ୟ  
ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   25-Jun-2026
  ଜିଲ୍ଲା  
୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ   25-Jun-2026
  ଜିଲ୍ଲା  
ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ   25-Jun-2026
  ଜିଲ୍ଲା  
ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର   25-Jun-2026
  ଜିଲ୍ଲା  
ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   25-Jun-2026
  ରାଜ୍ୟ  
ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   25-Jun-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର   25-Jun-2026
  ଜିଲ୍ଲା  
ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   25-Jun-2026

You Might Also Like