-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
29-Mar-2026
- ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଚିତ୍ତ ଜ୍ଞାନୀ ଚେରି ଟେବୁଲ୍ ଟ୍ରଷ୍ଟ ପଶ୍ଚିମ ଓଡିଶା ଶାଖା ମା' ଘର ପକ୍ଷରୁ ମାର୍ଚ୍ଚ ୨୯ ତାରିଖ ରବିବାର ଦିନ ମେଗା ଦାତବ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା, l ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଏସ .ପି . ଶ୍ରୀ ନାରାୟଣ ନାଏକ ଉଦଘାଟନ କରିଥିଲେ, l ସୋନପୁର ସିଡିଏମ ପି ଏଚ୍ଚ ଓ ଡାକ୍ତର ଉଷାରଣୀ ଦାସ ଅତିଥି ଭାବେ ଯୋଗଦେଇଥିଲେ l,ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ତଥା ମୁଖ୍ୟ ଆୟୋଜକ ଏସସିବି ମେଡିକାଲ କଲେଜ ର ପୂର୍ବତନ ଅଧକ୍ଷ ଓ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ର ପ୍ରଥମ କୁଳପତି ମୂତ୍ର ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଦାତ୍ତେଶ୍ୱର ହୋତା ଙ୍କ ପୃଷ୍ଠପୋଷକତାରେ ଏ ଶିବିର ଅନୁଷ୍ଠିତ ହୋଇଥିଲା,l
ଏଥିରେ କଟକ,ଭୁବନେଶ୍ୱର,ଓ ବଲାଙ୍ଗୀର, ର ବିଭିନ୍ନ ରୋଗର ଚିକିତ୍ସକ ଓ ବିଶେଷଜ୍ଞ ୧୦ ଜଣ ଡାକ୍ତର ଯୋଗଦେଇ ବିଭିନ୍ନ ବର୍ଗର ରୋଗୀଙ୍କୁ ଆଧୁନିକ ଚିକିତ୍ସା ସେବା ଯୋଗାଇ ଦେଇଥଲେ, l ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା ସହ ବିନା ମୂଲ୍ୟରେ ଔଷଧ,ଚଷମା ପ୍ରଦାନ ସହ ଖାଦ୍ୟ ଦିଆଯାଇଥିଲା,l ଭିନ୍ନକ୍ଷମ, ବୁଢ଼ା, ବୁଢୀ ଙ୍କ ଠାରୁ ଆରମ୍ଭ କରି ଶିଶୁ ଙ୍କ ପର୍ଯ୍ୟନ୍ତ ରୋଗୀମାନେ ଆସି ଚିକିତ୍ସା କରାଇଥିଲେ,l ବିଭିନ୍ନ ବର୍ଗର ୩୨୦ ରୋଗୀ ଆସି ସେମାନଙ୍କ ସ୍ୱାସ୍ଥ୍ୟ ର ଚିକିତ୍ସା କରିଥିଲେ,l ସତ୍ୟଜିତ ନାୟକ ନେତୃତ୍ୱ ରେ ଟ୍ରଷ୍ଟ ର କର୍ମକର୍ତ୍ତା ଓ ସ୍ବେଛାସେବୀ ସହାୟତା କରିଥିଲେ,l
ଆଗାମୀ ଦିନରେ ବି ଏହି ପରି ସେବା ଜାରି ରହିବ ବୋଲି ଡାକ୍ତର ହୋତା କହିଛନ୍ତି,l