-+91-9937148622 |

prerana_bgr@rediffmail.com |

  Monday 6th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||      ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ    (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ    (05-Jul-2026)       ||      ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   (05-Jul-2026)       ||      ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   (05-Jul-2026)       ||      ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   (05-Jul-2026)       ||      ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   (05-Jul-2026)       ||      ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ    (05-Jul-2026)       ||      କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ    (05-Jul-2026)       ||      ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ    (05-Jul-2026)       ||      ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ   (05-Jul-2026)       ||      ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ♦️ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି   (05-Jul-2026)       ||      ମାଲକାନଗିରି ଜିଲ୍ଲାରେ ୧୪୩୭ ପରୀକ୍ଷାର୍ଥୀ ଦେଲେ ଓଟିଇଟି    (05-Jul-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   (05-Jul-2026)       ||      *ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରକାଶନ ଓ ପ୍ରେସ ବିବୃତ୍ତି* -   (05-Jul-2026)       ||      ବନ ମହୋତ୍ସବ ପାଳିତ, ଆମର ସ୍ବପ୍ନ ଗଛର ଯତ୍ନ - ବିଚାର ପତି   (05-Jul-2026)       ||      *ପାଞ୍ଚଦିନିଆ “ଉଦ୍ୟମୀ ଓଡ଼ିଶା ଏମ.ଏସ.ଏମ.ଇ କାର୍ଯ୍ୟକ୍ରମ- ୨୦୨୬″ ସୁବର୍ଣ୍ଣପୁରରେ ସଫଳତାର ସହ ଉଦଯାପିତ*-   (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   (05-Jul-2026)       ||     

HOME   ଜିଲ୍ଲା

ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଯୋଗୁଁ ଅସନ୍ତୋଷ ବୃଦ୍ଧି, ହାଇକୋର୍ଟ ରାୟକୁୁ ଅବମାନନା କରିଛନ୍ତି ଜିଲ୍ଲା ପ୍ରଶାସନ

29-Mar-2026



ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ ଦୀର୍ଘ ବର୍ଷ ଧରି କାମ କଲା ପରେ ମଧ୍ୟ ସେମାନଙ୍କ ପଦୋନ୍ନତିରେ ଅହେତୁକ ବିଳମ୍ବ ଯୋଗୁଁ ଜିଲ୍ଲାର ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି କିଛି ସ୍ୱାସ୍ଥ୍ୟ କର୍ମୀ ଅବସର ନେବାକୁ ବସିଥିବା ବେଳେ ସେମାନଙ୍କ ପଦୋନ୍ନତି ଏ ପର୍ଯ୍ୟନ୍ତ ହୋଇପାରି ନାହିଁ । ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଂଚଳରେ ଗର୍ଭବତୀ ମାଁ ଓ ଶିଶୁ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଏହି ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଉପରେ ବିଭିନ୍ନ ଅନ୍‌ଲାଇନ କାମ ନ୍ୟସ୍ତ କରାଯାଉଥିବା ବେଳେ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଅଭିଜ୍ଞତା ଭିତ୍ତିରେ ପଦୋନ୍ନତି ଦେବା ପାଇଁ ହାଇକୋର୍ଟରୁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ବଲାଙ୍ଗୀରର ଜିଲ୍ଲାପାଳ ଏବଂ ସିଡିଏମ୍‌ଓ ଜାଣିଶୁଣି ପଦୋନ୍ନତି ପ୍ରକିୟାକୁ ବିଳମ୍ବ କରୁଛନ୍ତି ବୋଲି ଜିଲ୍ଲାର କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଆଜି ଏ ନେଇ ବଲାଙ୍ଗୀର ଜିଲ୍ଲା ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ ବଲାଙ୍ଗୀର ସିଡିଏମ୍ ଓ ଙ୍କ ଉପରେ ଆକ୍ଷେପ କରି ସଡିଏମ୍‌ଓ ମହୋଦୟା ଅଫିସର ଜଣେ ହେଡକ୍ଲାର୍କ ଦ୍ୱାରା ପରିଚାଳିତ ହୋଇ ନିଜର ମନୋମୁଖୀ କାରବାର ଚଳାଇ ଆସିଛନ୍ତି ବୋଲି କହିଥିଲେ। ରାଜ୍ୟର ୨୫ଟି ଜିଲ୍ଲାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପଦନ୍ନୋତି ହୋଇ ସାରିଥିଲେ ସୁଦ୍ଧା କୋର୍ଟ ରାୟକୁ ଅବମାନନା କରି ବଲାଙ୍ଗୀର ଜିଲ୍ଲାରେ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ । ଜିଲ୍ଲା ପ୍ରଶାସନର ଏପରି କାରବାର ବିରୁଦ୍ଧରେ ସ୍ୱାସ୍ଥ୍ୟ କର୍ମୀ ମାନେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ଅଭିଯୋଗ ଜଣାଇଥିଲେ ସୁଦ୍ଧା ଏମାନଙ୍କର ଦାବିପୂରଣ ହୋଇପାରି ନାହିଁ । ଏପରିକି ଏଠାରେ ଡିପିସି (ଡିପାଟମେଂଟାଲ ପ୍ରମୋସନ କମିଟି) ମଧ୍ୟ ଏ ପର୍ଯ୍ୟନ୍ତ ବସି ନାହିଁ ବୋଲି ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଡିପିସି ଡକାଯାଇ ମହିଲା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରାଯାଇଛି । ଡିପିସି ଜିଲ୍ଲା ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘର ସଭାପତି ରୀନା ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଶୀଲା ପାତ୍ରୀ, ସସ୍ମିତା ଶତପଥୀ, ସବିତା ପଣ୍ଡା, ଜେମିନି ମେହେର, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସଦାଶିବ କଠାର ଓ ବିନୋଦ କୁମାର ସାହୁ ପ୍ରମୁଖ ସମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି   05-Jul-2026
  ଜିଲ୍ଲା  
ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   05-Jul-2026
  ରାଜ୍ୟ  
ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   05-Jul-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ   05-Jul-2026
  ଖେଳ  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   05-Jul-2026
  ଜିଲ୍ଲା  
ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   05-Jul-2026
  ଜିଲ୍ଲା  
ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   05-Jul-2026
  ଜିଲ୍ଲା  
ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   05-Jul-2026
  ରାଜ୍ୟ  
ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   05-Jul-2026
  ଜିଲ୍ଲା  
ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ   05-Jul-2026
  ଜିଲ୍ଲା  
କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ   05-Jul-2026
  ଜିଲ୍ଲା  
ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ   05-Jul-2026

You Might Also Like